ଖବର ଅନୁଯାୟୀ, ରାଜ୍ୟ କଂଗ୍ରେସର ବଡ଼ଧରଣର ହଇଚଣ ସୃଷ୍ଟି ହୋଇଛି । ଲଗାତର ଭାବେ ରାଜ୍ୟ କଂଗ୍ରେସରେ ପିସିସି ସଭାପତି ଭକ୍ତ ଦାସଙ୍କ ବିରୋଧ ଜାରି ରହିଛି । ଏହିକ୍ରମରେ ଶନିବାର ଦିନ ଏକାସାଙ୍ଗେ ଇସ୍ତଫା ଦେଇଛନ୍ତି ୪୧ କଂଗ୍ରେସ ନେତା । କୁହାଯାଉଛି ଯେ ଦଳରୁ ମହମ୍ମଦ ମୋକିମଙ୍କୁ ବହିଷ୍କାରକୁ ବିରୋଧ କରି ସମସ୍ତ ୪୧ ନେତା ଇସ୍ତଫା ଦେଇଛନ୍ତି । ତେବେ ଇସ୍ତଫା ଦେଇଥିବା ନେତାଙ୍କ ମଧ୍ୟରେ ପୂର୍ବତନ ପିସିସି ସମ୍ପାଦକ, ପୂର୍ବତନ ପିସିସି ମୁଖପାତ୍ର, ପୂର୍ବତନ ବ୍ଲକ କଂଗ୍ରେସ ଅଧ୍ୟକ୍ଷ, ମହିଳା କଂଗ୍ରେସ ସମ୍ପାଦକଙ୍କ ସହ ଯୁବ ଓ ଛାତ୍ର କର୍ମକର୍ତ୍ତା ରହିଥିବା ଜଣାପଡିଛି।

June 1, 2026/
No Comments


