ବ୍ୟାଙ୍କ୍ ଅଫ ମହାରାଷ୍ଟ୍ରରୁ ସସସ୍ତ୍ର ଡକାୟତି ଘଟଣାରେ ଅଭିଯୁକ୍ତ ଙ୍କ ଦୁଇ ସହଯୋଗୀ ଗିରଫ୍ ।
ବଡ଼ବିଲ:୨୪/୧/୨୬:(ସରୋଜ କୁମାର ମହାପାତ୍ର) ::କେନ୍ଦୁଝର ଜିଲ୍ଲାର ଖଣିଜକ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ କଳିଙ୍ଗ ମୁଖ୍ୟ ରାସ୍ତାର ଥିବା ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ନିକଟସ୍ତ ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର ରୁ ଦିନ ଦ୍ଵିପ୍ରହର ଗତ ୧୬ ତାରିଖ ହୋଇଥିବା ସଶସ୍ତ୍ର ଡକାୟତି କରି ପାଖାପାଖି ପଞ୍ଚୋ କୋଟିର ଅଳଙ୍କାର ସହ ନଗଦ ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ, ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଦୁଇ ସହଯୋଗୀ ଗିରଫ କରିଛି ପୋଲିସ୍ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ଟେର୍ ପାଇନି ପୋଲିସ୍। ଯାହାକି ସୂଚନା ରହିଛି କେନ୍ଦୁଝର ଜିଲ୍ଲା ପୋଲିସ୍ ଝାରଖଣ୍ଡ ପୋଲିସ୍ ସହାୟତାରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଝାରଖଣ୍ଡ ର ବିଭିନ୍ନ ସ୍ଥାନରେ ଖାନ୍ 4ତଲାସୀ ଜାରି ରଖିଥିବା ବେଳେ ଝାଡ଼ଖଣ୍ଡ ରାଜ୍ୟର ନିରସା ଥାନା ଅନ୍ତର୍ଗତ ସିନ୍ଦିରି ଅଞ୍ଚଳର ମା କାମାକ୍ଷା ଅଳଙ୍କାର ଦୋକାନ ଓ ଗୋଦାମ ଉପରେ ଚଢାଉ କରି କିଛି ଲୁଟ୍ ସାମଗ୍ରୀ ସହ ଦୁଇଟି ସ୍କର୍ପିଓ ଗାଡ଼ି ଜବତ କରିଥିବା ନେଇ ସୂଚନା। ଏବଂ ଗିରଫ ଦୁଇଜଣଙ୍କୁ ଆଣି ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଂଗୁଆ ଙ୍କ ନେତୃତ୍ୱରେ ଓ ବଡ଼ବିଲ ତହସିଲଦାର ତଥା ମାଜିଷ୍ଟ୍ରେଟ ରାକେଶ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ଉକ୍ତ ଦୁଇଜଣ ସହଯୋଗୀଙ୍କୁ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ରୁ ପ୍ରାୟ ଏକ କିଲୋମିଟର ରୋଡ଼ ମାର୍ଚ୍ଚ କରାଇଥିବା ଦେଖିବାକୁ ମିଳିଥିଲା । ତେବେ ଅଭିଯୁକ୍ତ ମାନଙ୍କୁ କାବୁ କରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ ଏହି ଅପରେସନ ଚାଲିଥିବା ବେଳେ ଝାରଖଣ୍ଡ ରାଜ୍ୟ ପୋଲିସ୍ ସହାୟତାରେ ସଫଳ ହେବାକୁ ଚେଷ୍ଟା ଚଳାଇଛି କେନ୍ଦୁଝର ପୋଲିସ୍। ତେବେ ଲୁଟ୍ ଘଟଣାର ନଅ ଦିନ ବିତିଯାଇଥିଲେ ସୁଦ୍ଧା ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ କୁ କୌଣସି ସଫଳତା ମିଳିନାହିଁ। ତେବେ ଦେଖାଯାଉ ଗିରଫ ସହଯୋଗୀଙ୍କ ସହାୟତାରେ କେତେଶିଘ୍ର ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ଧରିବାରେ ପୋଲିସ କେତେ ମାତ୍ରାରେ ସଫଳତା ହାସଲ କରୁଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




