ଭୁବନେଶ୍ବରରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗାନ୍ଧି ମାର୍ଗରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହାସହ ଭବ୍ୟ ପରେଡ ଆରମ୍ଭ ହୋଇଯାଇଛି। ରାଜ୍ୟପାଳ ଅଭିବାଦନ ଗ୍ରହଣ କରୁଛନ୍ତି। ଏଥର ପରେଡ୍ରେ ୫୪ଟି କଣ୍ଟିଜେଣ୍ଟ ଅଂଶଗ୍ରହଣ କରିଛନ୍ତି।
ଏଥିରେ ବିଭିନ୍ନ ୟନିଫର୍ମ ଟ୍ରୁପ, CRPF, OISF ଏବଂ ହୋମଗାର୍ଡ ସିଭିଲ ଡିଫେନ୍ସ ଭଳି କଣ୍ଟିନଜେଣ୍ଟ ସାମିଲ ଅଛନ୍ତି।
ତାସହ ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲ-କଲେଜ ଛାତ୍ରଛାତ୍ରୀ ମଧ୍ୟ ପରେଡରେ ସାମିଲ ହେବେ। ଏଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଦେଖିବାକୁ ମିଳିବ ୧୨ଟି ବିଭାଗର ପ୍ରଜ୍ଞାପନ ମେଢ଼। ସେହିପରି ବିଭିନ୍ନ ଜିଏାର ୫ଟି ଲୋକନୃତ୍ୟ ଓ ଲୋକକଳା ଗ୍ରୁପ ବି ଅଂଶ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


