ବଡ଼ବିଲ ପୌରାଞ୍ଚଳରେ ୭୭ତମ ଗଣତନ୍ତ୍ର ଦିବସ ଅତି ଆଡ଼ମ୍ବର ସହକାରେ ପାଳନ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ତଥା ବଡ଼ବିଲ ପୌରାଞ୍ଚଳ ଅନ୍ତର୍ଗତ ରେ ଅତି ହର୍ଷ ଉଲ୍ଲାସ ଓ ଆଡ଼ମ୍ବର ସହକାରେ ପାଳନ ହୋଇଯାଇଛି। ଏହି ଅବସରରେ ବଡ଼ବିଲ ତହସିଲ କାର୍ଯ୍ୟାଳୟ ଠାରେ ତହସିଲଦାର ରାକେଶ କୁମାର ପଣ୍ଡା ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ବଡବିଲ ଉପଖଣ୍ଡ ଆରକ୍ଷୀ ଙ୍କ କାର୍ଯ୍ୟାଳୟ ରେ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଙ୍ଗୁଆ ବଡ଼ବିଲ ଥାନା ପରିସରରେ ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ବଡ଼ବିଲ ତହସିଲ୍ କାର୍ଯ୍ୟାଳୟ ପରିସରରେ ଥିବା ମୁକ୍ତିୟାର୍ ମଣ୍ଡପ ଠାରେ ଆଇନଜୀବୀ ଦେବପ୍ରିୟ ରଣା ପତାକା ଉତ୍ତୋଳନ କରିଥିଲେ,ବଡ଼ବିଲ ପୌରପାଳିକା ଓ ବଡ଼ବିଲ ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ଉତ୍ସବ ପଡିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବଡବିଲ ନଗରପାଳ ଲକ୍ଷ୍ମଣ ମହାନ୍ତ ଗଣତନ୍ତ୍ର ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଓ ଉତ୍ସବ ପଡିଆଠାରେ ବଡ଼ବିଲ ପୌରାଞ୍ଚଳ ରେ ଥିବା ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ୟାରେଡ୍ ପ୍ରଦର୍ଶନ କରିବା ସହ ସମୂହ କଳା କୌଶଳ ପ୍ରଦର୍ଶନ କରିଥିଲେ,ପ୍ୟାରେଡ ପ୍ରଦର୍ଶନ ବେଳେ ନଗରପାଳ ଅଭିବାଦନ ଗ୍ରହଣ କରିଥିଲେ ଏହି ଅବସରରେ ସମସ୍ତ ୱାର୍ଡ଼ ମେମ୍ବର ଏବଂ ବଡ଼ବିଲ ଓ ଏହାର ଆଖପାଖ ଅଞ୍ଚଳର ଲୋକେ ଉପସ୍ଥିତ ରହି ଆଜିର ସାଧାରଣତନ୍ତ୍ର ଦିବସ ପାଳନ କୁ ଉପଭୋଗ କରିଥିଲେ ଏବଂ ବଡ଼ବିଲ ନଗରପାଳ ଓ ତାଙ୍କ ସମସ୍ତ ସହଯୋଗୀ ଓ ବଡ଼ବିଲ ପୌରଅଧିକାରୀ କର୍ମଚାରୀଙ୍କୁ ନେଇ ବଡ଼ବିଲ ପୌରାଞ୍ଚଳ ରେ ଥିବା ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିବା ଦେଖିବାକୁ ମିଳିଥିଲା। ଏବଂ ସ୍କୁଲ୍ ର ଛାତ୍ରଛାତ୍ରୀ ମାନେ ପ୍ୟାରେଡ ପ ବିଭିନ୍ନ ବିଦ୍ୟାଳୟ ରେ ହୋଇଥିବା ପ୍ରତିଯୋଗିତାରେ କୃତକାର୍ଯ୍ୟ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ୍ କରଯାଇଥିଲା। ସେହିପରି ବଡ଼ବିଲ କିରିବୁରୁ ଛକ ଠାରେ ବଡ଼ବିଲ ଅବକାରୀ ଥାନା ଅଧିକାରୀ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସେଠାରେ ଥିବା ମାଆ ତାରିଣୀଙ୍କ ମନ୍ଦିରରେ ପ୍ରାସାଦ ସେବନ ବ୍ୟବସ୍ଥା କରାଯାଇଥିଲା ଯେଉଁଥିରେ ସ୍କୁଲର କୁନିକୁନି ପିଲାମାନେ ଓ ବହୁ ସଂଖ୍ୟାରେ ଜନସାଧାରଣ ଅତି ଆନନ୍ଦର ସହ ପ୍ରାସାଦ ସେବନ କରିଥିବା ଦେଖିବାକୁ ମିଳିଥିଲା। ସେହିପରି ବଡ଼ବିଲ ର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସରକାରୀ ବେସରକାରୀ କାର୍ଯ୍ୟାଳୟ ମାନଙ୍କରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରାଯାଇଥିବା ଦେଖିବାକୁ ମିଳିଥିଲା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



