38 ତମ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଗାଇଡ ଉଦଯାପିତ
ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରେ ୩୮ତମ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଗାଇଡ଼ ର ଉଦଯାପନ ହୋଇ ଯାଇଛି l ହିନ୍ଦୋଳ ଉପଖଣ୍ଡ ପlରିକୁଳ ଉଚ ବିଦ୍ୟାଳୟ ରେ ତିନି ଦିନ ଧରି ଜିଲ୍ଲା ସ୍ତରୀୟ ସ୍କାଉତ୍ ଆଣ୍ଡ ଗାଇଡ ର ଦୁଇ ଦିନ କର୍ମଶାଳା ଉଦଯାପିତ ହୋଇଯାଇଛି l ଉତ୍ସବ ରେ ହିନ୍ଦୋଳ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ହରିହର ଦେହୁରୀଙ୍କ ସଭାପତି ତ୍ବ ରେ ମୁଖ୍ୟ ଅତିଥି ଭାବେ ଢ଼େଙ୍କାନାଳ ଜିଲ୍ଲା ସହ ଶିକ୍ଷା ଅଧିକାରୀ ସୌମ୍ୟାଶ୍ରୀ ପଣ୍ଡା ଯୋଗଦାନ କରି ସ୍କାଉଟ ଗାଇଡ଼ ର ଭୂମିକା କୁ ପ୍ରଂଶସା କରଥିଲେ l ସମ୍ମାନିତ ଅତିଥିଭାବେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରକାଶ କୁମାର ପ୍ରଧାନ, ଜିଲ୍ଲା ସ୍କାଉଟ କମିଶନର ଇତିଶ କୁମାର ବରାଳ, ବ୍ଲକ ନୋଡାଲ ଅଧିକାରୀ ପ୍ରଧାନ ଶିକ୍ଷକ ରସୋଳ ଉଚ୍ଚ ବିଦ୍ୟାଳୟ ଅନାଦି ଚରଣ ନାଏକ,ପଞ୍ଚ ଶଖା ଶିକ୍ଷା ସେତୁ ସଭାପତି ଅଶ୍ୱିନୀ କୁମାର ମିଶ୍ର, ଜିଲ୍ଲା ଟ୍ରେନିଂ କମିସନର ନରେଶ ଚନ୍ଦ୍ର ମହାରଣା ଉପସ୍ଥିତ ଥିଲେ l ଜିରାଳ ଉଚ୍ଚ ବିଦ୍ୟାଳୟ ଶାରୀରିକ ଶିକ୍ଷା ଶିକ୍ଷକ ବିପିନ ବିହାରୀ ସାହୁ ମଞ୍ଚ ପରିଚାଳନା କରିଥିଲେ l ବିଭିନ୍ନ ପ୍ରତିଯୋଗିତା ରେ ସଫଳତା ଅର୍ଜନ କରି ଥିବା ସ୍କାଉଟ ଗାଇଡ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ପlରିକୁଳ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ପବିତ୍ର ମୋହନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l



