ଶ୍ରୀଅରବିନ୍ଦ ଶିକ୍ଷା କେନ୍ଦ୍ରରେ ପ୍ରତିଭା ବିକାଶ ମହୋତ୍ସବ
କୁଚିଣ୍ଡା 25/7, ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ପରିସରରେ ଅଧ୍ୟକ୍ଷ ମନୋଜ କୁମାର ପଣ୍ଡାଙ୍କ ସଭାପତିତ୍ବ ଓ ପ୍ରତିଭା ବିକାଶ ଅଭିଯାନ ର ସଂଯୋଜକ ରମେଶ କିଷାନଙ୍କ ସଂଯୋଜନାରେ ପ୍ରତିଭା ବିକାଶ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ଶିକ୍ଷା କେନ୍ଦ୍ର ପୂର୍ବ ସମ୍ପାଦକ,ଶିକ୍ଷାବିତ୍ ଓ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କୃତି ପ୍ରତିଯୋଗୀ ପ୍ରତିଭାଙ୍କୁ ପୁରସ୍କୃତ କରିବା ସହ ଛାତ୍ର,ଛାତ୍ରୀ ଭଗତ୍ ସିଂ ଙ୍କ ସ୍ୱରୂପ ଶିକ୍ଷା କୁ ଜୀବନର ଏକ ସକ୍ରିୟ ଅଂଶ ଭାବରେ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ ।କୁଚିଣ୍ଡା ବ୍ଲକର ପୂର୍ବ ଅଧ୍ୟକ୍ଷ ଓ ସାମାଜିକ କର୍ମୀ କରୁଣ କର କିଷାନ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ସମସ୍ତଙ୍କ ପ୍ରତିଭାର ବିକାଶ କାମନା କରିଥିଲେ । ପ୍ରାରମ୍ଭରେ ଅତିଥି ଗଣ ଡ଼. ଏ ପି ଜେ ଅବଦୁଲ କଲାମ ଓ ଶ୍ରୀଅରବିନ୍ଦଙ୍କ ତୈଳ ଚିତ୍ର ରେ ଫୁଲ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।ସହକାରୀ ଶିକ୍ଷୟିତ୍ରୀ ଲକ୍ଷ୍ମୀ ପ୍ରିୟା ଦର୍ଶିନୀ ନାଏକ ସ୍ଵାଗତ ଭାଷଣ ଓ ନାରାୟଣୀ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଭିଯାନର ସ୍ୱେଚ୍ଛାସେବୀ ଅବିନାଶ ସାହୁ ବିବରଣୀ ପାଠ କରିଥିବା ବେଳେ ଶେଷରେ ଉତ୍ତର ପିଢୀଙ୍କ ପ୍ରତିଭା ବିକାଶ ପାଇଁ କାର୍ଯ୍ୟ କରିବାକୁ ଶପଥ ପାଠ କରିବା ସହ ସମୂହ ଭାବରେ ଜାତୀୟ ସଙ୍ଗୀତ ଗାନ କରିଥିଲେ ।ଶେଷରେ ବିକାଶ କୁଲୁ ଧନ୍ୟବାଦ ଅର୍ପଣ କରିଥିଲେ ।ପ୍ରକାଶ ଥାଉ କି ପୂର୍ବରୁ ଅଧ୍ୟକ୍ଷ ଶ୍ରୀ ପଣ୍ଡା ଙ୍କ ଙ୍କ ନେତୃତ୍ୱରେ କୁଇଜ୍ ସମେତ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା ।ସେହି କୃତି ପ୍ରତିଯୋଗୀଙ୍କ ସହ ବିଗତ ମେଟ୍ରିକ୍ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଛାତ୍ର,ଛାତ୍ରୀଙ୍କୁ ମାନପତ୍ର,ଫୁଲ ତୋଡା ଓ ଉପଢୌକନ ଦେଇ ଅତିଥିଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା ।



