ଟିପିଗୁଡା ମଣ୍ଡଳ ଠାରେ ଠାରେ (V.B.G RAM.G) କର୍ମଶାଳା ଅନୁଷ୍ଠିତ।

ଧର୍ମଗଡ଼ (ଜାଗ୍ରତ ଭାରତ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ଟିପିଗୁଡା ମଣ୍ଡଳ ଠାରେ (V.B.G RAM.G) କର୍ମଶାଳା ମଣ୍ଡଳ ସଭାପତି ଲଲିତ ଵାଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି।

ମୁଖ୍ୟ ଅତିଥି ଭାବରେ ଧର୍ମଗଡ ବିଧାୟକ ସୁଧୀର ପାଟ୍ଟଯୋଷୀ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ଶେଖର ପଣ୍ଡା ଜିଲ୍ଲା ସଂପାଦକ ତଥା ଟିପିଗୁଡା ମଣ୍ଡଳ ପ୍ରଭାରୀ ହେମନ୍ତ କୁମାର ମାଝୀ , ଅନ୍ୟମାନଙ୍କ ମଧ୍ୟରୁ ଜିଲ୍ଲା ଉପସଭାପତି ସୁକାନ୍ତି ସା, ବ୍ଳକ ଅଧ୍ୟକ୍ଷା ବବିତା ପାଟଯୋଷୀ ଡୁମେରଗୁଡା ସରପଞ୍ଚ ଲଲିନୀ ପ୍ରଭା ବେହେରା,ଛିଳପା ସରପଞ୍ଚ ଵିଭୁଦତ୍ତ ପ୍ରଧାନୀ ରାଜ୍ୟ ପରିଷଦ ସଦସ୍ୟ ଅପ୍ରେସ ସ୍ଵାଇଁ ବରିଷ୍ଠ କାର୍ଯ୍ୟକର୍ତ୍ତା ଟିକେ ରାମ ସା ସୁନ୍ଦର ଲାଲ ନାଏକ, ଗଜ ନାଏକ, ଶିଶୁ ଦେଵ ମୁଣ୍ଡ ମଞ୍ଚାସିନ ଥିବା ବେଳେ ମଣ୍ଡଳ ର ସମସ୍ତ ବୁଥ ସଭାପତି ଶକ୍ତି କେନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଏହି କର୍ମଶାଳାରେ କେନ୍ଦ୍ର ସରକାରଙ୍କ (V.B.G RAM G) ର କାର୍ଯ୍ୟକ୍ରମ ଉପରେ ବକ୍ତା ମନେ ଉପସ୍ଥିତ ଥିବା ସମସ୍ତ ମଣ୍ଡଳ ବୁଥ ସଭାପତି ଏଵଂ ଶକ୍ତି କେନ୍ଦ୍ର ପ୍ରମୁଖ କୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଉକ୍ତ କର୍ମଶାଳା ପ୍ରଶିକ୍ଷଣ ଦିଆଯାଇଥିଲା।




