ପବିତ୍ର ମୋହନ ପ୍ରଧାନ ସ୍ମୁତି ପୀଠ ନିର୍ମାଣ ପାଇଁ ଧନ୍ୟବାଦ ସଭା
ଆଜି ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ପବିତ୍ର ନଗର ଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାର ଅନୁଦାନ ରେ ନିର୍ମାଣ ହେଇଥିବା ପବିତ୍ରମୋହନ ପ୍ରଧାନଙ୍କ ସ୍ମୃତି ପୀଠ, ସିଲିଂ -ତାଳପଦା ସେତୁ (ପବିତ୍ର ମୋହନ ସେତୁ ),ନୂତନ ମେଡିକାଲ ଗୃହ, ଚଷା ସମାଜ ଗୃହ, ସମାକୋଇ ସେତୁ, ଡ଼ିଗ୍ରୀ କଲେଜ ନୂତନ ଶ୍ରେଣୀ ଗୃହ,କାର୍ଯ୍ୟ ଶେଷ ହେଇଥିବା ରୁ କଣିହାଁ ଅଂଚଳ ବାସି ତଥା ପବିତ୍ରନଗର ଅଂଚଳ ତରଫରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓ ପୂର୍ବତନ ବିଧାୟକ ମୁକେଶ କୁମାର ପାଳ ମୋହଦୟ ଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି. ଏହି କାର୍ଯ୍ୟକ୍ରମରେ ପବିତ୍ର ମୋହନ ଫାଉଣ୍ଡସନ ସଭାପତି ମାନସ ରଞ୍ଜନ ପ୍ରଧାନ, ସମ୍ପାଦକ ଲମ୍ବୋଦର ପ୍ରଧାନ, ଉପ ସଭାପତି ମହେଶ୍ୱର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, କଣିହାଁ ବ୍ଲକ ଅଧକ୍ଷ ରାମକୃଷ୍ଣ ପ୍ରଧାନ, କଣିହାଁ ବ୍ଲକ ବିଜେଡି ସଭାପତି ପ୍ରଶାନ୍ତ କୁମାର ସାହୁ,ସାଧାରଣ ସମ୍ପାଦକ ସୋଭାଗ୍ୟ ଚନ୍ଦ୍ର ପ୍ରଧାନ, ପର୍ଶୁରାମ ବିଶ୍ୱାଳ, ରବିଚନ୍ଦ୍ର ରାଉତ, ଅବନି ଦେହୁରୀ, ତପନ ବେହେରା, ଦେବରାଜ ପ୍ରଧାନ,ଜୟନ୍ତ ପ୍ରଧାନ, ବିରଞ୍ଚି ନାରାୟଣ ସାହୁ, ଧୂର୍ଵ ଚରଣ ବିଶ୍ୱାଳ, ସୁଧାକର ପ୍ରଧାନ, ଶିବରାମ ବେହେରା,ସୁବାସ ମହାନ୍ତି, ମହେଶ୍ୱର ସାମଲ, ପ୍ରମୁଖ ବହୁ ଅଂଚଳ ବାସି ଯୋଗ ଦେଇଥିଲେ, କଣିହାଁ ରୁ ସୁନୀଲ କୁମାର ସାମଲ ଙ୍କ ରିପୋର୍ଟ,



