ଗଜମରା ବାର୍ଷିକ ଅଷ୍ଟପ୍ରହର ଉପଲକ୍ଷେ କଳସଯାତ୍ରା

ଢେଙ୍କାନାଳ, ୬/୨: ସଦର ବ୍ଲକ୍ ଅନ୍ତର୍ଗତ ଗଜମରା ଗ୍ରାମରେ ଅନୁଷ୍ଠିତ ଅଷ୍ଟପ୍ରହର ଉପଲକ୍ଷେ କଳସଯାତ୍ରା ଅନୁଷ୍ଠିତ ହୋଯାଇଅଛି । ସ୍ଥାନୀୟ ଗଜମରା ପୋଇଝର ଠାରୁ ପୂଜାର୍ଚ୍ଚନା କରାଯାଇ ସଂକୀର୍ତନ ମଣ୍ଡଲୀ ଦ୍ୱାରା ଗ୍ରାମ ପରିକ୍ରମା କରାଯାଇ ପୀଠରେ ସ୍ଥାପନ କରାଯିବା ପରେ ଅଧୁବାସ ପୂଜା ସହିତ ଅଖଣ୍ଡଦୀପ ସ୍ଥାପନ କରାଯାଇଥିଲା । ୭ ତାରିଖ ଦିନ ନାମଯଜ୍ଞ ଓ ହରିହାଟ ଅନୁଷ୍ଠିତ ହେବ । ୮ ତାରିଖରେ ବୈଠକ କୀର୍ତନ ଓ ନଗର ଭ୍ରମଣ ସହିତ ପ୍ରସାଦସେବନ ଅନୁଷ୍ଠିତ ହେବ । ପୂଜକ ବାବାଜୀ ଶ୍ରୀଧର ଦାସ, କର୍ତା ନବକିଶୋର ସାଇଁ ସମସ୍ତ ପୂଜା ସମ୍ପାଦନ କରୁଥିବାବେଳେ ସଭାପତି ଯୋଗେନ୍ଦ୍ର ସାଇଁ, ସମ୍ପାଦକ ବିପିନି ବିହାରୀ ସ୍ବାଇଁ, କଳସଧାରୀ ବେଣୁଧର ସାହୁ, ଆକାଶ ସାଇଁ, ତପନ ସାଇଁ ଓ ମନୋଜ ବେହେରା, କୀର୍ତନ ମଣ୍ଡଳୀ ସଭାପତି ଧରଣୀଧର ବେହେରା, ଗ୍ରାମର ସଂଜୟ ନାୟକ, ସନାତନ ବେହେରା, ଶିବରାମ ସାଇଁ, ସିବାନନ୍ଦ ସାଇଁ, ବସନ୍ତ ବେହେରା, ଅଲେଖ ସାଇଁ ଓ ଶ୍ରୀନିବାସ ବେହେରା ପ୍ରମୁଖଙ୍କ ସହିତ ଗଜମରା ଗ୍ରାମବାସୀବୃନ୍ଦ ଉକ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।



