ଠିକାଶ୍ରମିକ କଂଗ୍ରେସ୍ ପକ୍ଷରୁ ଗଣଧାରଣା
ତାଳଚେର, ୦୬/୦୨ ତାଳଚେର ରେଳୱେ ଷ୍ଟେସନ ସମ୍ମୁଖରେ ମହାନଦୀ କୋଇଲା ଠିକାଶ୍ରମିକ କଂଗ୍ରେସର ସଭାପତି ରାଜକିଶୋର ସାହୁଙ୍କ ନେତୃତ୍ୱରେ ଗଣବିକ୍ଷୋଭ କରାଯାଇଛି । ସଂଘର କହିବା ଅନୁଯାୟୀ, ଦୀର୍ଘ ୭ବର୍ଷ ଧରି ରେଲୱେ ୱାଗନରେ ପାଲଭିଡ଼ାକୁ ନେଇ ଦାବି ଜଣାଇଥିଲେ । ରେଲୱେ ଓ ଏମସିଏଲ ପକ୍ଷରୁ କୌଣସି ପଦକ୍ଷେପ ଏପର୍ଯ୍ୟନ୍ତ ନିଆଯାଇ ନାହିଁ । ପ୍ରଶାସନିକ ସ୍ତରରେ ବାରମ୍ବାର ବିଭିନ୍ନ ସମୟରେ ରେଲୱୋଗନରେ ପାଲଭିଡ଼ା ଦାବିକୁ ନେଇ ଆଲୋଚନା କରାଯାଇଥିଲା । କିନ୍ତୁ ଏବାବଦରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଗତ ନଭେମ୍ବର ମାସରେ ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋଡ଼ ରେଲୱେ ୱାଗନରେ ପାଲଭିଡ଼ିବିକୁ ସ୍ପଷ୍ଟଭାବେ ନିର୍ଦ୍ଦେଶନାମା ଜାରିକରିଥିଲା, ତାହା ମଧ୍ୟ ଖାତିର କଲେ ନାହିଁ । ତେଣୁ ଏହାକୁ ନେଇ ଆଜି ମହାନଦୀ କୋଇଲା ଠିକାଶ୍ରମିକଙ୍କ ସହିତ ଶତାଧିକ ଜନସାଧାରଣ ଗଣବିକ୍ଷୋଭ କରିଥିଲେ । ଯଦି ଆଗାମୀ ମାର୍ଚ୍ଚମାସ ଆରମ୍ଭରୁ ରେଲୱେ ୱାଗନରେ ପାଲଭିଡ଼ା କାର୍ଯ୍ୟ ନହେଲେ ତାଳଚେରରୁ କୋଇଲା ପରିବହନ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ମହାନଦୀ କୋଇଲା ଠିକାଶ୍ରମିକ କଂଗ୍ରେସ ପକ୍ଷରୁ ନିଷ୍ପତି ନିଆଯାଇଛି । ଏହି ଗଣଧାରଣାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଳଦିଗାମ୍ବର ଗଡ଼ନାୟକ, ଘଂଟପପଡ଼ା ଗ୍ରାମ ପଂଚାୟତ ପୂର୍ବତନ ସମିତି ସଭ୍ୟ ସବିତାଧିର, ନାରୀନେତ୍ରୀ ପୁଷ୍ପଲତା ସାହୁ, ସମାଜସେବୀ ସୁଲେଖ ସେଠୀ, ବଳରାମ ବେହେରା, ଜିନେଶ ସାହୁ, ବିକାଶ ନାୟକ, ପ୍ରଶାନ୍ତ ବିଶ୍ୱାଳ, ସହଦେବ ସାହୁ, ଦୁର୍ଗା ପ୍ରସାଦ ଦୋରା, ବିଭୂତି ସାହୁ, ଗେଯତମ ବେହେରା ପ୍ରମୁଖ ଏହି ଗଣଧାରଣାରେ ଯୋଗଦେଇଥିଲେ । ପ୍ରଗତି ସ୍ୱଚ୍ଛାସେବୀ ସଂଗଠନର ସମ୍ପାଦକ ପ୍ରଭାତ ରଥ, ସୁନିଲ ପାଣି ଯୋଗଦେଇ ରେଲଲେୱ ୱାଗନର ମାନବିକ ଅଧିକାରୀ କ୍ଷୁର୍ଣ୍ଣ କରୁଛି ବୋଲି ପ୍ରକାଶ କରିଥିଲେ ।



