ସିଆଇଟିୟୁ ସହ ଅନ୍ୟ ଟ୍ରେଡ୍ ୟୁନିଅନର ଡାକରାରେ ଭାରତ ବନ୍ଦ୍ ଆନ୍ଦୋଳନ।

ବଡ଼ବିଲ ୧୨/୧/୨୬:(ସରୋଜ କୁମାର ମହାପାତ୍ର):କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ରେ ବାର ଘଣ୍ଟିଆ ଭାରତ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଯୋଡ଼ା ଓ ଏହାର ଆଖପାଖ ଅଞ୍ଚଳରେ ଭାରତ ବନ୍ଦ୍ ର ପ୍ରଭାବରେ ଦୋକନ୍ ବଜାର ଗାଡ଼ିଘୋଡ଼ା ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ କେବଳ ଦୁଇ ଚକିଆ ଯାନ ଚଳାଚଳ କରୁଥିବା ଦେଖିବାକୁ ମିଳେ। ଏହି ବାର ଘଣ୍ଟିଆ ବନ୍ଦ ର ପ୍ରଭାବ ଯୋଗୁ ବିଭିନ୍ନ ସରକାରୀ ବେସରକାରୀ ସଂସ୍ଥା ବାଧାପ୍ରାପ୍ତ ହୋଇଥିବା ବେଳେ ସ୍କୁଲ କଲେଜ ଗୁଡିକ ମଧ୍ୟ ବନ୍ଦ୍ ରହିଛି, ଏହି ବନ୍ଦ୍ ଯୋଗୁ ଯାତ୍ରୀବାହି ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ବିଭିନ୍ନ ସ୍ଥାନକୁ ଯିବାକୁ ଯାତ୍ରୀ ମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ସି ଆଇଟିୟୁ ସହ ଅନ୍ୟ ଟ୍ରେଡ ୟୁନିଅନ୍ ର କର୍ମୀ ମାନେ ପିକେଟିଂ କରି ଦୋକାନ ବଜାର, ବ୍ୟାଙ୍କ୍ ଓ ଅନ୍ୟ ସଂସ୍ଥା ଗୁଡ଼ିକୁ ବନ୍ଦ୍ କରୁଥିବା ଦେଖିବାକୁ ମିଳିଥିଲା, କୌଣସି ପ୍ରକାରର ପ୍ରତିକ୍ରିୟା ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସ୍ ପ୍ରଶାସନ ପକ୍ଷରୁ ବିଭିନ୍ନ ଛକ ବଜାର ସ୍ଥାନରେ ସୁରକ୍ଷା କର୍ମୀ ଙ୍କୁ ନିୟୋଜିତ କରିଥିବା ଦେଖିବାକୁ ମିଳିଥିଲା। ବିଭିନ୍ନ ସ୍ଥାନରେ ସିଆଇଟିୟୁ ର ସାଧାରଣ ସମ୍ପାଦକ ଇନ୍ଦ୍ରମଣି ବେହେରାଙ୍କ ନେତୃତ୍ଵରେ କର୍ମକର୍ତ୍ତା ମାନେ ହାତରେ ଦଳୀୟ ପତାକା ଧରି ସରକାର ଙ୍କ ଶ୍ରମିକ ବିରୋଧ ନୀତି ଓ ଦରଦାମ୍ ବୃଦ୍ଧି ବିରୁଦ୍ଧରେ ସ୍ଲୋଗାନ ମାନ ଦେଉଥିବା ମିଳିଥିଲା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



