ଭୁବନେଶ୍ବର : ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ। ବିଧାନସଭା ଭିତରେ ଓ ବାହାରେ କରାଯାଇଛି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା। ବିଧାନସଭା ଚତୁଃପାର୍ଶ୍ଵରେ ରହିବେ ୨୦ ପ୍ଲାଟୁନ୍ ପୋଲିସ ଫୋର୍ସ। ମୁତୟନ ହେବେ ଡଗ୍ ସ୍କ୍ୱାର୍ଡ, ବମ୍ ସ୍କ୍ୱାର୍ଡ ଓ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ । ଏଆଇ କ୍ୟାମେରା ନଜରରେ ରହିବ ମହାତ୍ମା ଗାନ୍ଧୀ ମାର୍ଗ। ଫେବୃଆରୀ ୨୦ ତାରିଖରେ ୨୦୨୬ – ୨୦୨୭ ପାଇଁ ବଜେଟ୍ ଆଗତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

April 29, 2026/
No Comments


