ଇଫକୋ ତରଫରୁ କଟକ ଏସ ସି ବି ଡାକ୍ତରଖାନାକୁ 50 ଟି
ତିନି ଜଣ ବସିବା ଷ୍ଟିଲ ଚେୟାର ଦାନ

କଟକ ଆଜି ସ୍ଥାନୀୟ ଏସ ସି ବି ଡାକ୍ତରଖାନାରେ ଇଫକୋ ସାର କମ୍ପାନୀ ପାରାଦ୍ୱୀପ ପକ୍ଷରୁ 50ଟି ଷ୍ଟିଲ ଚେୟାର ଦାନ କରାଯାଇଥିଲା, ଏହି କାର୍ଯ୍ୟକ୍ରମରେ ଇଫକୋର ଲୋକସମ୍ପର୍କ ଅଧିକାରୀ ଡ଼କ୍ଟର ପ୍ରସନ କୁମାର ବେହୁରା ଏହି କାର୍ଯ୍ୟକ୍ରମ କୁ ପରିଚାଳିତ କରିଥିଲେ, ମେଡ଼ିସିନ ବିଭାଗରେ ରୋଗୀ ତଥା ତାଙ୍କ ସମ୍ପର୍କୀୟ ବସିବା ପାଇଁ ବହୁତ ହଇରାଣ ହେଉଥିଲେ, ଏହାକୁ ଦେଖି ଏହି କମ୍ପାନୀ ଏହି ଚେୟାର ଯୋଗେଇଦେଇଥିଲା, ଏହି କାର୍ଯ୍ୟକ୍ରମରେ ଏସ ସି ବିର ଅଧକ୍ଷ ଶ୍ରୀମତୀ ଲୁସି ଦାସ,ଏସ ସିବିର ପରିଚାଳକ ଡ଼କ୍ଟର ଗୌତମ ଶତପଥୀ,ଡ ସରୋଜ କୁମାର ତ୍ରିପାଠୀ, ମେଡ଼ିସିନ ବିଭାଗ ର ମୂଖ୍ୟ, ମେଡ଼ିସିନ ବିଭlଗର ମୂଖ୍ୟ, ତଥା ପ୍ରଫେସର ଡ଼କ୍ଟର ଜୟନ୍ତ କୁମାର ପଣ୍ଡା ଙ୍କ ଉପସ୍ଥିତ ରେ ଏହି କାର୍ଯ୍ୟକ୍ରମ ହୋଇଥିଲା,ଆଗକୁ ଯାହା ଦରକାର ଇଫକୋ ଯୋଗେଇଦେବ ବୋଲି ଲୋକସମ୍ପର୍କ ଅଧିକାରୀ କହିଛନ୍ତି।



