ଜଙ୍ଗଲରେ ଖାଦ୍ୟ ନପାଇ ଖାଦ୍ୟ ଅନ୍ୱେଷଣ ଆସି କୂଅରେ ପଡ଼ି ଦୁଇ ଵାରାହା ମୃତ।
କେନ୍ଦୁଝର ଜିଲ୍ଲାରେ ଖାଦ୍ୟ ଅନ୍ୱେଷଣରେ ଆସି କୂଅରେ ପଡ଼ି ଦୁଇ ବାରାହା ମୃତ୍ୟୁ ବରଣ କରିଥିବା ନେଇ ସୂଚନା। ଯାହାକି ସୂଚନା ରହିଛି କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନରେ ଖାଦ୍ୟ ଅନ୍ୱେଷଣ ରେ ଆସି ଏକ କୂଅରେ ପଡି ମୃତ୍ୟୁବରଣ କରିଥିବା ୨ଟି ଜଙ୍ଗଲୀ ବାରହାଙ୍କର ମୃତଦେହ ଉଦ୍ଧାର କରିଛି ବନ ବିଭାଗ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ୍ ଜ୍ୟୋତିପୁର ବାଉଟିଆପଦା ଗାଁର ରଣଜିତ ବେହେରାଙ୍କ କୂଅ ଭିତରୁ ୨ଟି ବାରାହାଙ୍କର ମୃତଦେହ ଉଦ୍ଧାର କରିଛି ବନ ବିଭାଗ । ଗତକାଲି ରାତିରେ ଖାଦ୍ୟ ଅନ୍ୱେଷଣରେ ଆସିଥିବା ବାରହା କୂଅ ଭିତରେ ପଡି ଯାଇଥିଲେ । କୂଅ ଭିତରେ ବାରହାଙ୍କ ମୃତଦେହ ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବନବିଭାଗର ବିଟ୍ କାର୍ଯ୍ୟାଳୟ କୁ ଆଣି, ବ୍ୟବଚ୍ଛେଦ କରିବା ପରେ କାର୍ଯ୍ୟାଳୟ ପରିସରରେ ପୋତି ଦିଆଯିବ ବୋଲି ସୂଚନା ଦେଇଛନ୍ତି ଉଖୁଣ୍ଡା ସେକ୍ସନର ବନପାଳ ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



