BCCI ମହିଳା 23 ବର୍ଷରୁ କମ ଏକଦିବସିୟ
ମହିଳା ଦଳ ଘୋଷଣା
Place: Cuttack
Date: 16/2/2026
Anchor: ବିସିସିଆଇ ମହିଳା ୨୩ବର୍ଷ ରୁ କମ ଏକଦିବସିୟ ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ମହିଳା ଦଳ । ଆସନ୍ତା ମାର୍ଚ୍ଚ ୩ ରୁ ପୁଣେ ରେ ହେବାକୁ ଥିବା ଏହି ପ୍ରତିଯୋଗିତା ପାଇଁ ଓଡିଶା ଆଜି ତାର ୧୮ ଜଣିଆ ଦଳ ଘୋଷଣା କରିଛି । ଟିମ ରେ ଅଲିପ୍ସା ବିଶ୍ୱାଳ ଙ୍କୁ ମିଳିଛି ଅଧିନାୟକ ପଦ । ସେହିପରି ଅନନ୍ୟା ମିଶ୍ର, ଦିବ୍ୟା ରାଉତରାୟ, ଜି.ଏମ ଅଳକାନନ୍ଦା, ଜୋଏସ ନାୟକ, ଜ୍ୟୋତି କୁମାରୀ ପ୍ରସାଦ, ମିତାଲି ଶର୍ମା ମେଘନା ପାଢ଼ୀଙ୍କ ଭଳି ଖେଳାଳି ଙ୍କୁ ଟିମ ସ୍ଥାନ ଦେଇଛି ଓସିଏ । ଏହି ପ୍ରତିଯୋଗିତାରେ ମୋଟ ୫ଟି ମ୍ୟାଚ ମଧ୍ୟରୁ ପ୍ରଥମ ଉତ୍ତର ପ୍ରଦେଶ, ପରେ ପରେ ଉତ୍ତରାଖଣ୍ଡ , ଗୁଜୁରାଟ, ବେଙ୍ଗଲ ଓ କେରଳକୁ ଭେଟିବ ଟିମ ଓଡିଶା । ତେବେ ଏହି ଟିମ ଅଭ୍ୟାସ ମ୍ୟାଚ ଓ ପ୍ରଶିକ୍ଷଣ କ୍ୟାମ୍ପ ଜରିଆରେ ଚୟନ କରାଯାଇଛି । ଉଭୟ ଯୁବ ଅଭିଜ୍ଞ ଙ୍କୁ ନେଇ ଗଠିତ ହୋଇଥିବା ଟିମ ନିଶ୍ଚୟ ରୂପେ ଆଗମୀ ମ୍ୟାଚରେ ସଫଳତା ହାସଲ କରିବ ବୋଲି ଆଶା ରଖିଛି ଓଡିଶା କ୍ରିକେଟ ସଂଘ ।



