ଓଡ଼ିଶା ସୀମାନ୍ତ ସରଣ୍ଡା ଜଙ୍ଗଲରେ ବୁଧବାର ଦିନ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ପୁଣି ଗୁଳି ବିନିମୟ ଘଟିଛି। ଏହି ସଂଘର୍ଷରେ ୨୦୫ କୋବ୍ରା ବାଟାଲିୟନର ଇନ୍ସପେକ୍ଟର ସତ୍ୟ ପ୍ରକାଶଙ୍କ ସହ ୫ ଯବାନ ଗୁରୁତର ଆହତ ହୋଇଛନ୍ତି। ସୂଚନାମୁତାବକ ନକ୍ସଲଙ୍କ ଶେଷ କ୍ୟାଡ଼ର ମିଶିର ବେଶ୍ରା ଓ ତା ସହ କିଛି କ୍ୟାଡ଼ର ନକ୍ସଲ ରହିଥିବା ସମ୍ପର୍କରେ ସୂଚନା ପାଇ ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା ।
ସରଣ୍ଡା ଜଙ୍ଗଲର ପଶ୍ଚିମ ସିଂହଭୂମ ଜିଲ୍ଲାର ଛୋଟା ନାଗରା ଥାନା ଅନ୍ତର୍ଗତ ବାଲିବା ଗାଁ ନିକଟରେ ନକ୍ସଲଙ୍କ ପକ୍ଷରୁ ସୁରକ୍ଷା ବାହିନୀ ଉପରକୁ ଗୁଳି ଚାଳନା କରାଯାଇଥିଲା । ସର୍ଚ୍ଚ ଅପରେସନ ଚଳାଇଥିବା ଯବାନ ମାନଙ୍କ ପକ୍ଷରୁ ଯୋରଦାର ପାଲଟା ଜବାବ ଦିଆଯାଇଥିଲା । ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନକୁ ବନ୍ଦ କରିବା ପାଇଁ ବିଛାଇଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣ ସାଙ୍ଗକୁ ନକ୍ସଲଙ୍କ ଘଞ୍ଚଜଙ୍ଗଲର ଗଛ କୋରଡରେ ବସି ଗୁଳି ଚଳାଇବା ଫଳରେ ପାଞ୍ଚ ଜବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।ଆହତ ଇନ୍ସପେକ୍ଟର ଓ ଯବାନଙ୍କୁ ବାଲିବା ଗାଁରୁ ରାଞ୍ଚିକୁ ଏୟାରଲିଫ୍ଟ କରାଯାଇଛି। ଅନ୍ୟ ଜଣେ ଯବାନଙ୍କୁ ସ୍ଥାନୀୟ ସ୍ତରରେ ଚିକିତ୍ସା କରାଯାଉଛି। ସୁରକ୍ଷା ବାହିନୀର ପାଲଟା ଜବାବରେ ମାଓବାଦୀଙ୍କ ବଡ଼ ଧରଣର କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି। ଅବଶ୍ୟ ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରୁ କାହାରି ମୃତଦେହ କିମ୍ବା ସାମଗ୍ରୀ ଜବତ ହୋଇନାହିଁ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-24-scaled.jpg)

