ତେହେରାନ : ଆମେରିକା ଓ ଇରାନ ମଧ୍ୟରେ ତୀବ୍ର ଉତ୍ତେଜନା ଭିତରେ ପୁଣି କୁଟନୈତିକ ବାର୍ତ୍ତା ପାଇଁ ଉଦ୍ୟମ ଚାଲିଛି । ଖୁବଶୀଘ୍ର ଦୁଇ ଦେଶ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ହେବାକୁ ଯାଉଛି । ଉଭୟ ରାଷ୍ଟ୍ର ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପାଇଁ ରାଜି ହୋଇଛନ୍ତି । ପୁଣିଥରେ ପାକିସ୍ତାନର ରାଜଧାନୀ ଇସଲାମବାଦରେ ଦୁଇ ଦେଶରେ ପ୍ରତିନିଧି ବୈଠକରେ ସାମିଲ ହେବେ ବୋଲି କୁହାଯାଉଛି ।
ଏସବୁ ଭିତରେ ଇରାନ ଆମେରିକା ଅସ୍ତ୍ରବିରତି ଅବଧିକୁ ଆହୁରି ୨ ସପ୍ତାହ ବଢାଇବା ପାଇଁ ବିଚାରବିମର୍ଶ ଚାଲିଛି । ସେପଟେ ଦୁଇ ଦେଶ ବୁଝାମଣାର ନିକଟତର ହୋଇଥିବା ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ସଙ୍କେତ ଦେଇଛନ୍ତି ଦୁଇ ତିନି ଦିନ ଭିତରେ କଥାବାର୍ତ୍ତା ପ୍ରକ୍ରିୟାକୁ ନେଇ ବଡ ଖବର ସାମ୍ନାକୁ ଆସିପାରେ ସେପଟେ ଆମେରିକା ଉପରାଷ୍ଟ୍ରପତି ଜେଡିଭାନ୍ସ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଆତ୍ମବିଶ୍ୱାର ବାତାବରଣ ତ ରହିଛି, ହେଲେ କୁଟନୈତିକ ଆଲୋଚନା ଜରିଆରେ ତାକୁ କମ କରାଯାଇପାରିବ । ଇରାନ ରାଷ୍ଟ୍ରପତି ମସୁଦ ପେଜେଶକିୟାନ ସ୍ପଷ୍ଟ କରିଛନ୍ତି ତାଙ୍କ ଦେଶ ଯୁଦ୍ଧ ଚାହେଁ ନାହିଁ । ହେଲେ କୌଣସି ଚାପ ଆଗରେ ପକାଇଲେ ସବୁ ପ୍ରକାର ବିକଳ୍ପ ପାଇଁ ପ୍ରସ୍ତୁତ ଅଛି ।



