ରାଜ୍ୟରେ ୭୦୬ଟି ଥାନା ରହିଛି। ସେଥିରୁ ୬୩୨ଟି ଥାନାରେ ସିସିଟିଭି ସମ୍ପୂର୍ଣ୍ଣ ଭାବେ କାର୍ୟ୍ୟ କରୁଛି। ବଳକା ୭୪ ଥାନାରେ ସିସିଟିଭି ଅଚଳ ରହିଛି କିମ୍ବା ଲାଗିନଥିବା ଜଣାପଡ଼ିଛି। ଭୁବନେଶ୍ବରର ଦୁଇଟି ଥାନାରେ ସିସିଟିଭି କାମ କରୁନି। କଟକର ୩ଟି ଥାନାରେ ସିସିଟିଭି ଅଚଳ ରହିଛି। ଭୁବନେଶ୍ବର ଓ କଟକର ଗୋଟିଏ ଲେଖାଏଁ ଥାନାରେ ସିସିଟିଭି ଲାଗିନି।
ଅନୁରୂପ ଭାବେ ୫୫୩ ଥାନାରେ ଆଗନ୍ତୁକଙ୍କ ଲାଗି ଅପେକ୍ଷା ଗୃହ ରହିଛି। ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଗୃହରେ ଏହି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


