ଗାଧୋଇବାକୁ ଯାଇ ପୋଖରୀରେ ବୁଡି ନାବାଳକର ମୃତ୍ୟୁ।

ହୋଲି ଖେଳସାରି ସାଙ୍ଗମାନଙ୍କ ସହିତ ଗାଧୋଇବା ବେଳେ ବୁଡିଗଲା ନାବାଳକ । କେନ୍ଦୁଝର ଜିଲ୍ଲା
ଝୁମ୍ପୁରା ଥାନା ଅନ୍ତର୍ଗତ ସିଜୁକଳା ଗ୍ରାମରେ ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ବଡବିଲ ଷ୍ଟେସନରୋଡର ଅଙ୍ଗୁ ଗୋପ(୭) ନିଜ ମାମୁଁ ଘର ସିଜୁକଳାକୁ ହୋଲି ପାଇଁ ଯାଇଥିଲା। ସେ ସାଙ୍ଗସାଥି ମାନଙ୍କ ସହିତ ହୋଲି ଖେଳି ସାରି ପୋଖରୀକୁ ଗାଧୋଇବାକୁ ଯାଇଥିଲା। ମାତ୍ର ଅଙ୍ଗୁ ପହଁରା ଶିଖି ନଥିବା ହେତୁ ଗାଧୋଇବା ବେଳେ ବୁଡିଯାଇଥିଲା। ମାମୁଁଘର ଲୋକ ଖବର ପାଇ ତାଙ୍କୁ ସଙ୍ଗେସଙ୍ଗେ ପୋଖରୀରୁ ଉଦ୍ଧାର କରି ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିବା ବେଳେ ଡାକ୍ତର ଏଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମାମୁଁଘର ଲୋକ ଶିଶୁଟିର ବାପାମାଙ୍କୁ ଖବର ଦେବାପରେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚିଛନ୍ତି। ଘଟଣା ସମ୍ପର୍କରେ ଖବରପାଇ ଝୁମ୍ପୁରା ପୋଲିସ ଚମ୍ପୁଆ ଡାକ୍ତରଖାନାରେ ପହଞ୍ଚିବା ସହ ଘଟଣା ସମ୍ପର୍କରେ ତଦନ୍ତ ଚଳାଇଥିବା ନେଇ ସୂଚନା। ଏବଂ ନାବାଳକର ଶବ ବ୍ୟବଚ୍ଛଦପରେ ଘର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



