ରାଜ୍ୟ ଯୋଜନା ବୋର୍ଡର ନାମ ପରିବର୍ତ୍ତନ କରିଛନ୍ତି ମୋହନ ସରକାର। ନୀତି ଓ ବିକାଶର ଥିଙ୍କ୍ ଟ୍ୟାଙ୍କ ପାଲଟିଥିବା ଯୋଜନା ବୋର୍ଡ ଏବେ ଇତିହାସ ପାଲଟିଛି। ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଫର୍ ଟ୍ରାନ୍ସଫର୍ମେଟିଭ ଇନିସିଏଟିଭି ବା SITI-Odisha ନାମରେ ନାମିତ ହୋଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
‘ସଂକଳ୍ପ’ ମାଧ୍ୟମରେ ‘SITI ଓଡ଼ିଶା’କୁ ବାସ୍ତବ ରୂପ ଦେଇଛନ୍ତି ସରକାର। ୨୦୩୬ ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଓ ୨୦୪୭ ସୁଦ୍ଧା ‘ବିକଶିତ ଓଡ଼ିଶା’ର ଲକ୍ଷ୍ୟ ରଖାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ରହିବେ, ଉପାଧ୍ୟକ୍ଷଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିବ। ୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ସାମିଲ କରାଯିବ। ସଦସ୍ୟମାନଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ମିଳିବ। ପରିଷଦରେ ରାଜ୍ୟ ଉନ୍ନୟନ କମିଶନର ସଦସ୍ୟ ସଚିବ ରହିବେ। ଜଣେ ବରିଷ୍ଠ IASଙ୍କୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(CEO) ଦାୟିତ୍ୱ ମିଳିବ। ଏଥିସହିତ ବିଭିନ୍ନ ବିଭାଗରୁ ୯ ଜଣ ପଦାଧିକାରୀ ମଧ୍ୟ ସଦସ୍ୟ ରହିବେ। ପ୍ରତିଷ୍ଠିତ ଅନୁଷ୍ଠାନର ୨ ବିଶେଷଜ୍ଞଙ୍କୁ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ କରାଯିବ।



