୪ର୍ଥ କଟକ କଳାବିକାଶ କେନ୍ଦ୍ର ମହୋତ୍ସବ ୨୦୨୬
କଟକ ତା – ୦୭-୦୩-୨୦୨୬ ରିଖ
ଓଡ଼ିଶାର ପ୍ରାଚୀନ ଓ ଐତିହ୍ୟ ସମ୍ପର୍ଣ୍ଣ ସାଂସ୍କୃତିକ ଓ କଳା ପ୍ରତି ସମର୍ପିତ ଅନୁଷ୍ଠାନ କଟକ କଳା – କେନ୍ଦ୍ର,୭୫ ବର୍ଷ ଧରି ଓଡ଼ିଶାର କଳା ଜଗତକୁ ଆଲୋକିତ କରିଆସୁଛି।କଳା ବିକାଶର ଅବଦାନ ଅତୁଳନୀୟା ଶତାଧିକ ଛାତ୍ରଛାତ୍ରୀ ସୃଷ୍ଟି କରି ଦେଶ-ବିଦେଶରେ କଳା ବିକାଶ କେନ୍ଦ୍ର ରେକର୍ଡ ସୃଷ୍ଟି କରିଛି।କଳା ବିକାଶ କେନ୍ଦ୍ର ୭୫ ବର୍ଷ ଧରି ତାହାର ଜୟଯାତ୍ରା ଅବ୍ୟାହତ ରଖିଛି ଏହି ଚଳିତ ବର୍ଷ ୪ର୍ଥ କଟକ କଳା ବିକାଶ କେନ୍ଦ୍ର ମହୋତ୍ସବ-୨୦୨୬ ଆୟୋଜନ କରାଯାଉଛି। ଏହି ମସୋତ୍ସବ କଳା ବିକାଶ କେନ୍ଦ୍ର ପ୍ରେକ୍ଷାଳୟରେ ମାର୍ଚ୍ଚ ୧୩ରୁ ୧୫ତାରିଖ ଦୀର୍ଘ ତିନି ଦିନ ଧରି ମହୋତ୍ସବ ହେବା ଏଥିରେ ରାଜ୍ୟ ବାହାରୁ ଓ ସମଗ୍ର ଦେଶରୁ ୧୫ ଜଣ ଜାତୀୟ ତଥା ଅନ୍ତର୍ଜାତୀୟ କଳାକାର ଶିଳ୍ପୀ ଯୋଗ ଦେଉଛନ୍ତି। ସେମାନେ ତାଙ୍କର କଳା ନୈପୁଣ୍ୟ ପ୍ରଦର୍ଶନ କରି ଏହି ଉତ୍ସବରେ ଦର୍ଶକମାନଙ୍କୁ ବିଭୋର କରିବ।ସେମାନଙ୍କର ଆଗମନ ବାସ୍ତବିକ୍ ଭାବେ କଟକ ଓ ଓଡ଼ିଶା ଗୈାରବ ବହନ କରେ।
ଏହି ଉତ୍ସବ ମାର୍ଚ୍ଚ ୧୩ ତାରିଖ ସନ୍ଧ୍ୟାରେ ଉଦଘାଟିତ ହୋଇ ୧୫ ତାରିଖରେ ଉଦଯାପିତ ହେବ।ଏଥିରେ ଦେଶର ବହୁ ପ୍ରତିଷ୍ଠିତ କଳାକାରମାନଙ୍କ ସହିତ ଓଡ଼ିଶାର ମଧ୍ୟ ଖ୍ୟାତିସମ୍ପନ୍ନ କଳାକାରମାନେ ଯୋଗଦେବେ।ଏହି ଉତ୍ସବରେ ପଦ୍ମଶ୍ରୀ କୁସ୍ମୁମ ମହାନ୍ତିଙ୍କ ପରାମର୍ଶ ଓ ଦିଗ୍ ଦର୍ଶନରେ ଆୟୋଜିତ ହେଉଛି। ଏହି ତ୍ସବରେ ପଦ୍ମଶ୍ରୀ ତରୁଣ ଭଟ୍ଟାଚାର୍ଯ୍ୟ, ପଦ୍ମଶ୍ରୀ ନଳିନୀ-କମଳିନୀ ପ୍ରଭୃତି ବିଶିଷ୍ଟ କଳାକାରମାନେ ଯୋଗ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର କର୍ମକର୍ତ୍ତାମାନେ ଜଣାଇଛନ୍ତି।
କାର୍ଯ୍ୟକ୍ରମକୁ କଟକବାସୀ ସହଯୋଗ କରିବା ସହିତ ଏହି ୩ ଦିନ ବ୍ୟାପୀ ଉତ୍ସବକୁ ସଫଳ କରିବା ପାଇଁ କଳା ବିକାଶ କେନ୍ଦ୍ର ତରଫରୁ ନିବେଦନ କରାଯାଇଛି।ଏହି ସାମ୍ବାଦିକ ସମ୍ମିଳନୀରେ କଳା ବିକାଶ କେନ୍ଦ୍ରର ମ୍ୟାନେଜିଂ ଟ୍ରଷ୍ଟି ରବୀନ୍ଦ୍ରନାଥ ମହାନ୍ତି, ସଭାପତି ଡ଼.ବିଜୟାନନ୍ଦ ସିଂହ,ସାଧାରଣ ସମ୍ପାଦକ ଶ୍ରୀ ବିକାଶ ଚନ୍ଦ୍ର ଦାଶ ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ।



