
ପୋଖରୀରୁ ଭାସମାନ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ମୃତ୍ୟୁର କାରଣ ଅସ୍ପଷ୍ଟ।
ଭାସମାନ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ମୃତ୍ୟୁର କାରଣ ଅସ୍ପଷ୍ଟ। କେନ୍ଦୁଝର ଜିଲ୍ଲା ଯୋଡାବ୍ଲକ ଅନ୍ତର୍ଗତ ବଲାଣୀ ମଡନହାଟିଂ ଦେଇ ଯାଇଥିବା ସେଲ ଲୌହ ଖଣିର ସାଇଡିଂ କେନାଲ କୃତ୍ରିମ ପୋଖରୀରୁ ଭାସମାନ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ନେଇ ସୂଚନା। ତେବେ ବିଗତ ସନ୍ଧ୍ୟା ସମୟରେ ଉକ୍ତ ଯୁବକ ଘରୁ ବାହାରି ଆସି ଆଉ ଫେରିନଥିଲେ। ଯୁବକ ଘରକୁ ଫେରିନଥିବା ନେଇ ଘର ଲୋକ ଏପଟେ ସେପଟେ ଖୋଜା ଖୋଜି କରିବାପରେ ମଧ୍ୟ କୌଣସି ସନ୍ଧାନ ପାଇବାରେ ବିଫଳ ହୋଇଥିଲେ।ଆଜି ସକାଳୁ ଏକ କୂତ୍ରିମ କେନାଲ ପୋଖରୀରେ ଉକ୍ତ ଯୁବକଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ସ୍ଥାନୀୟ ବାସିନ୍ଦା ଦେଖିବାକୁ ପାଇଥିଲେ। ଏନେଇ ବଲାଣୀ ପୋଲିସ୍ କୁ ଖବର ଦେବାପରେ ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଶବକୁ ପୋଖରୀ ଉଦ୍ଧାର କରିଛି। ପୋଲିସ୍ ତଦନ୍ତ ଆରମ୍ଭ କରିବା ସହ ଶବକୁ ଜବତ କରି ବ୍ୟବଛେଦ ପାଇଁ ବଡ଼ବିଲ ଗଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ନେଇ ସୂଚନା। ମୃତକ ଜଣଙ୍କ ହେଲେ ଟିମା କାରୁଆ ଓ ତାଙ୍କ ବୟସ ପାଖାପାଖି (୪୫) ବର୍ଷ ହେଇଥିବା ବେଳେ ତାଙ୍କଘର ବଲାଣୀ ଥାନା ମଡନ ହାଟିଂ ଅଞ୍ଚଳରେ ହୋଇଥିବା ନେଇ ସୂଚନା। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ୍ ପକ୍ଷରୁ ସୂଚନା ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



