T-୨୦ ବିଶ୍ବକପ୍ ୨୦୨୬ର ଫାଇନାଲ୍ ମୁକାବିଲା ରବିବାର ହେବାକୁ ଯାଉଛି । ପ୍ରଥମ ସେମିଫାଇନାଲ୍ରେ ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେଟରେ ହରାଇ ନ୍ୟୁଜିଲାଣ୍ଡ ଫାଇନାଲକୁ ଯାଇଛି । ଗୁରୁବାର ଇଂଲଣ୍ଡକୁ ୭ ରନ୍ରେ ହରାଇ ଭାରତ ଫାଇନାଲରେ ପ୍ରବେଶ କରିଛି । ଟି-୨୦ ବିଶ୍ବକପରେ ପ୍ରଥମ ଥର ପାଇଁ ଭାରତ ବନାମ ନ୍ୟୁଜିଲାଣ୍ଡ ଟକ୍କର ହେବ ।
ଟି-୨୦ ବିଶ୍ୱକପ୍ ୨୦୨୬ର ଫାଇନାଲ ମ୍ୟାଚ୍ ରବିବାର (ମାର୍ଚ୍ଚ ୮) ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଏହି ଟାଇଟଲ୍ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ।
ଟି-୨୦ ବିଶ୍ବକପ୍ ଫାଇନାଲରେ ଏହି ଦୁଇ ଟିମ୍ ପ୍ରଥମ ଥର ମୁହାଁମୁହିଁ ହେବାକୁ ଯାଉଛନ୍ତି ସତ, କିନ୍ତୁ ପୂର୍ବରୁ ଅନେକ ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭାରତ ଏବଂ ନ୍ୟୁଜିଲାଣ୍ଡ ସାମ୍ନାସାମ୍ନି ହୋଇଛନ୍ତି । ୨୦୦୦ ମସିହାରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା। ଟାଇଟଲ୍ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଟିମ୍ ଇଣ୍ଡିଆକୁ ଚାରି ୱିକେଟରେ ପରାସ୍ତ କରିଥିଲା। ଭାରତ ୨୬୫ ରନ୍ର ଟାର୍ଗେଟ ଦେଇଥିଲା । ଏହାକୁ ନ୍ୟୁଜିଲାଣ୍ଡ ୪୯.୪ ଓଭରରେ ହାସଲ କରିଥିଲା। ୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମଧ୍ୟ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା। ଏହା ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଥିଲା। ଏହି ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୮ ୱିକେଟରେ ପରାସ୍ତ କରିଥିଲା।
ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ଫାଇନାଲ ମଧ୍ୟ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ଟାଇଟଲ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ପରାସ୍ତ କରିଥିଲା। ନ୍ୟୁଜିଲାଣ୍ଡ ଭାରତ ପାଇଁ ୨୫୨ ରନର ଟାର୍ଗେଟ ଦେଇଥିଲା । ଟିମ୍ ଇଣ୍ଡିଆ ୪୯ ଓଭରରେ ସହଜ ବିଜୟ ହାସଲ କରିଥିଲା। ମୋଟାମୋଟି ଭାବରେ, ଭାରତ ଏବଂ ନ୍ୟୁଜିଲାଣ୍ଡ ତିନୋଟି ICC ଟୁର୍ନାମେଣ୍ଟ ଫାଇନାଲ ଖେଳିଛନ୍ତି । ଯେଉଁଥିରେ ନ୍ୟୁଜିଲାଣ୍ଡ ଦୁଇଟି ଜିତିଛି ଏବଂ ଭାରତ ଗୋଟିଏ ଜିତିଛି। ଏବେ ଦେଖିବାକୁ ବାକି ରହିଲା, ୨୦୨୬ ଟି-୨୦ ବିଶ୍ୱକପ୍ ଫାଇନାଲରେ କେଉଁ ଦଳ ବିଜୟୀ ହେଉଛି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)

