ବିଶ୍ୱ ଯୁବକ କେନ୍ଦ୍ର, ଫାଂସା, ଆଇ. ଆଇ ୱାଇ ଡି ତରଫରୁ ବିଶ୍ୱ ମହିଳା ଦିବସ ଓ ସେମିନାର ଅନୁଷ୍ଠିତ
ଆଜି ମାର୍ଚ୍ଚ 8 ତାରିଖରେ ଢେଙ୍କାନାଳ ସଦର ବ୍ଲକ ର ନାଗିଆପସୀ ଗ୍ରାମ ପଂଚାୟତରେ ବିଶ୍ୱ ଯୁବକ କେନ୍ଦ୍ର, ଫାଂସା ଓ ଆଇ ଆଇ ୱାଇ. ଡି ଭୁବନେଶ୍ୱର ତରଫରୁ ବିଶ୍ୱ ମହିଳା ଦିବସ ସହିତ ମହିଳା ଓ ଝିଅ ମାନଙ୍କ ଅଧିକାର ନ୍ୟାୟ ସମ୍ବଦ୍ଧରେ କାର୍ଯ୍ୟକ୍ରମ ସେମିନାର ସଦର ବ୍ଲକ,ନାଗିଆ ପଶି ଗ୍ରାମ ପଂଚାୟତରେ ଅନୁଷ୍ଠିତ ହୋଇଯାଇଛି ଏଥିରେ ନାଇବ ସରପଞ୍ଚ ସୁଷମା ରାଉତ ସଭାପତିତ୍ବ କରି ନାରୀ ମାନଙ୍କ ନେତୃତ୍ୱ ସମ୍ୱନ୍ଧରେ ଆଲୋକ ପାତ କରିଥିଲେ l
ଢେଙ୍କାନାଳ ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଆଶୀର୍ବାଦ ର ସମ୍ପାଦକ ଶ୍ରୀ ଅମ୍ବିକା ପ୍ରସାଦ ମିଶ୍ର ସନମାନିତ ଅତିଥି ଭାବେ ଯୋଗଦେଇ ମହିଳା ମାନକ ବିକାଶ ମହିଳାଙ୍କ ହାତରେ କହି ଘରୋଇ ହିଂସା ର ପ୍ରତିରୋଧ, ବାଲ୍ୟ ବିବାହ, କନ୍ୟା ଭୃଣ ହତ୍ୟା କୁ ସମ୍ପୂର୍ଣ ପ୍ରତିରୋଧ କରିବାରେ ନାରିଜାତିର ପ୍ରମୁଖ ଭୂମିକା ରହିଛି ବୋଲି ଚେତାବନୀ ଦେଇଥିଲେ l ନାରୀ ଜାତିକୁ ସନମାନ ଦେବା ସମ୍ବିଧାନ ରେ ଉଲ୍ଲେଖ ରହିଛି l ସମାଜ ଗଠନ ରେ ଝିଅ, ଭଉଣୀ, ମାଆ ଓ ସ୍ତ୍ରୀ ମାନଂକର ଭୂମିକା ଅତୁଳନୀୟ ବୋଲି କହିଥିଲେ l ଅନ୍ୟାୟ ବିରୁଦ୍ଧରେ ସ୍ୱର ଉଠାଇବାକୁ ନାରୀମାନଙ୍କୁ ଆହ୍ୱାନ ଦେଇଥିଲେ l ଏହି ସେମିନାର ରେ ନାଗିଆପସୀ ଗ୍ରାମ ପଞ୍ଚାୟତ ସ୍ଥରୀୟ ମହାସଂଘର ସଭାନେତ୍ରୀ ମାନିନୀ ସେଠି , କାର୍ଯ୍ୟକାରିଣୀ ସଦସ୍ୟା ସୁଭଦ୍ରା ସ୍ୱାଇଁ, ଝିଲି ସାମଲ, ସୌଦାମିନୀ ମହାନ୍ତି ଓ ବିନୋଦିନୀ ଦେହୁରୀ ମଂଚାସୀନ ଥିଲେ l ନାଗିଆପସୀ, ରମ୍ପା, ହରେକୃଷ୍ଣ ପୁର, ଅlମ୍ବନାଳି, କୃଷ୍ଣକୁମାରପୂର, ଡାହିମାଳ, ଛଣବୋଲୁଅ ଗ୍ରାମରୁ ପାଖାପାଖି 50 ରୁ ଉର୍ଦ୍ଧ ସ୍ୱୟଂ ସହାୟକ ଗୋଷ୍ଠୀ ର 220 ରୁ ଉର୍ଦ୍ଧ ମହିଳା ମlନେ ଯୋଗଦେଇ ଏହାକୁ ସଫଳ କରିଥିଲେ ଓ ସମାଜ ଗଠନରେ ସେମାନଙ୍କ ଭୂମିକା କୁ ପ୍ରତିପାଦିତ କରିଥିଲେ l ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ପ୍ରଦୀପ ପରିଡା ସମସ୍ତଙ୍କୁ ଏକତ୍ରିତ କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ l ଶେଷରେ ଆଶୀର୍ବାଦ ର ଉପସଭାପତି ଶ୍ରୀମତୀ ବନଜା ମାନସିଂହ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)


