ୟୁଏଆଇଏଲ୍ ପକ୍ଷରୁ ଗ୍ରାମୀଣ ଜୀବିକା ସଶକ୍ତ ଦିଗରେ ଦୃଢ଼ ପଦକ୍ଷେପ

.ପ୍ରକଳ୍ପ ‘ଉଦ୍ୟମୀ ୨.୦’ ଅଧୀନରେ ଫ୍ଲାଏ ଆଶ୍ ବ୍ରିକ୍ ୟୁନିଟ୍ ଓ ଗୋଷ୍ଠୀଭିତ୍ତିକ ଉଦ୍ୟୋଗର ଶୁଭାରମ୍ଭ
ଭବାନୀପାଟଣା/ଥୁଆମୂଲରାମପୁର, ୨୭/୬;
ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ, ଆଦିତ୍ୟ ବିର୍ଲା ଗ୍ରୁପ୍ ସହଯୋଗୀ କମ୍ପାନୀ ପକ୍ଷରୁ ଗ୍ରାମୀଣ ଜୀବିକା ବିକାଶ ଓ ସ୍ୱାବଲମ୍ବନକୁ ପ୍ରୋତ୍ସାହିତ କରିବା ଦିଗରେ ‘ପ୍ରକଳ୍ପ ଉଦ୍ୟମୀ ୨.୦’ର ସଫଳ ଭାବେ କାର୍ଯ୍ୟକାରୀ ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ଏହି ପଦକ୍ଷେପଟି ଏଣ୍ଟରପ୍ରେନ୍ୟୁରଶିପ୍ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଇଡିଆଇଆଇ)ର ସହଯୋଗରେ କାର୍ଯ୍ୟକାରୀ କରାଯାଉଛି । ଗ୍ରାମାଞ୍ଚଳରେ ନୂତନ ଉଦ୍ୟୋଗୀ ସୃଷ୍ଟି ସମେତ ଏହାକୁ ପ୍ରୋତ୍ସାହନ ଦେବା ଓ ଅଞ୍ଚଳରେ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି ଏହାର ମୂଳ ଉଦ୍ଦେଶ୍ୟ ।
ଏହି ପ୍ରକଳ୍ପ ଅନ୍ତର୍ଗତ କଳାହାଣ୍ଡି ଜିଲ୍ଲାର ଥୁଆମୂଲରାମପୁର ବ୍ଲକ୍ର ଅଡ୍ରି ଗ୍ରାମରେ ଏକ ଫ୍ଲାଏ ଆଶ୍ ବ୍ରିକ୍ ଉତ୍ପାଦନ ୟୁନିଟ୍ର ଶୁଭାରମ୍ଭ କରାଯାଇଅଛି । ଏହାକୁ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ର ସିଏସଆର ମୁଖ୍ୟ ଶ୍ରୀ ଅଭିଜିତ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଓଡ଼ିଶା ଓ ଡାଉନଷ୍ଟ୍ରିମ୍ ସିଏସଆର କ୍ଲଷ୍ଟର ମୁଖ୍ୟ ଶ୍ରୀ ଶିବ ଶଙ୍କର ମହାପାତ୍ର ଏବଂ ୟୁଏଆଇଏଲ୍ର ସିଏସଆର ମୁଖ୍ୟ ଶ୍ରୀମତୀ ଲୋପାମୁଦ୍ରା ମିଶ୍ର ଉପସ୍ଥିତ ଥିଲେ।
ଏହା ସହିତ ‘ପ୍ରକଳ୍ପ ଉଦ୍ୟମୀ ୨.୦’ ଅଧୀନରେ ତିନୋଟି ଗୋଷ୍ଠୀଭିତ୍ତିକ ଉଦ୍ୟୋଗର ମଧ୍ୟ ଶୁଭାରମ୍ଭ କରାଯାଇଛି । ସେଗୁଡ଼ିକ ହେଲା ନୂଆଗାଁରେ ନମକିନ୍ ଉତ୍ପାଦନ ୟୁନିଟ୍, ବରିଆଗୁଡ଼ାରେ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ଏବଂ ନକଟିଗୁଡ଼ାରେ କାଠ କାରିଗରୀ (କାର୍ପେଣ୍ଟ୍ରି) ୟୁନିଟ୍ ପ୍ରମୁଖ ରହିଛି । ଏହି ଉଦ୍ୟୋଗଗୁଡ଼ିକ ଗ୍ରାମାଞ୍ଚଳରେ ବିକଳ୍ପ ଜୀବିକା ସୁଯୋଗ ସୃଷ୍ଟି, ଆୟ ବୃଦ୍ଧି ଓ ଗୋଷ୍ଠୀଭିତିକ ତଥା ଗ୍ରାମୀଣ ବିକାଶକୁ ସୁଦୃଢ଼ କରିବାରେ ସହାୟକ ହେବ।
ନୂତନ ଭାବେ ପ୍ରତିଷ୍ଠିତ ଏହି ୟୁନିଟ୍ ଗୁଡ଼ିକ ମାଧ୍ୟମରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ରୋଜଗାର ସୁଯୋଗ ସୃଷ୍ଟି ହେବା ସହ ସ୍ଥାନୀୟ ଯୁବକ ଓ ଗ୍ରାମବାସୀଙ୍କୁ ସ୍ୱନିଯୁକ୍ତି ତଥା ରୋଜଗାରକ୍ଷମ ଏବଂ ଉଦ୍ୟୋଗୀ ହେବା ପାଇଁ ପ୍ରେରଣା ମିଳିବ। ସହ ଏହା ତୃଣମୂଳ ସ୍ତରରେ ବ୍ୟବସାୟିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ସହ ଗ୍ରାମବାସୀଙ୍କୁ ସେମାନଙ୍କ ନିକଟରେ ଗୁଣାତ୍ମକ ଉତ୍ପାଦ ଓ ସେବା ଉପଲବ୍ଧ କରାଇବ, ଫଳରେ ଦୂରବର୍ତ୍ତୀ ବଜାର ଉପରେ ନିର୍ଭରଶୀଳତା ହ୍ରାସ ପାଇବ। ଏହା ଗ୍ରାମୀଣ ଅର୍ଥନୀତିର ସାମଗ୍ରିକ ବିକାଶରେ ମଧ୍ୟ ସହାୟକ ହେବ।
ଏହି ଅବସରରେ ମତବ୍ୟକ୍ତ କରି ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ର ସିଏସଆର ମୁଖ୍ୟ ଶ୍ରୀ ଅଭିଜିତ କହିଛନ୍ତି ଯେ, ଏଭଳି ପଦକ୍ଷେପ ଗ୍ରାମାଞ୍ଚଳରେ ଆର୍ଥିକ ଭାବେ ସଶକ୍ତ, ସ୍ୱାବଲମ୍ବୀ ଓ ଦକ୍ଷତାଭିତ୍ତିକ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବାରେ ସହାୟକ ହେବ। ‘ପ୍ରକଳ୍ପ ଉଦ୍ୟମୀ ୨.୦’ ଦକ୍ଷତା ବିକାଶ, ଉଦ୍ୟୋଗ ପ୍ରୋତ୍ସାହନ ଏବଂ ବଜାର ସଂଯୋଗ ମାଧ୍ୟମରେ ଗ୍ରାମବାସୀଙ୍କୁ ସଶକ୍ତ କରିବା ପ୍ରତି ୟୁଏଆଇଏଲ୍ର ଦୀର୍ଘମିଆଦୀ ପ୍ରତିବଦ୍ଧତାର ପ୍ରତିଫଳନ, ଯାହା ଗୋଷ୍ଠୀ ତଥା ସମାବେଶୀ ବିକାଶ ଓ ଦାୟିତ୍ୱବୋଧ ସହିତ ଅଞ୍ଚଳରେ ଉନ୍ନୟନର ବ୍ୟାପକ ସମ୍ଭାବନା ସୃଷ୍ଟି କରିବ ବୋଲି ଶ୍ରୀ ଅଭିଜିତ୍ ପ୍ରକାଶ କରିଛନ୍ତି ।




