ଭୁବନେଶ୍ବର: ହାଇୱା ଧକ୍କାରେ ତିନି ବାଇକ ଆରୋହୀ ମୃତ । ପାହାଳ ଥାନା ଅନ୍ତର୍ଗତ ଅନନ୍ତପୁର ଛକରେ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଲା ପୁଲିସ। ସୂଚନା ଅନୁଯାୟୀ, ଏକ ବାଇକରେ ତିନି ଯୁବକ ନିଆଳି ରାସ୍ତାରେ ଯାଉଥିଲେ । ଦ୍ରୁତଗତିରେ ଆସି ଏକ ହାଇଓ୍ବା ବାଇକ୍ ପିଟିଥିଲା।
ଫଳରେ ୩ ଜଣ ବାଇକ୍ ଆରୋହୀ ତଳେ ପଡି ଜୀବନ ଯାଇଛି। ଘଟଣାସ୍ଥଳରେ ପାହାଳ ପୁଲିସ ପହଞ୍ଚି ମୃତଦେହ ଗୁଡିକୁ ଜବତ ପରେ କ୍ୟାପିଟାଲ ହସ୍ପିଟାଲ ପଠାଉଛି । ବାଇକ ନମ୍ବରକୁ ଅନୁସନ୍ଧାନ କରି ପୁଲିସ ଆର୍ଟିଓ ରେକର୍ଡରେ ଥିବା ମାଲିକଙ୍କ ସହ ଯୋଗାଯୋଗ କରିଥିଲା । ଗାଡ଼ି ମାଲିକ ବହୁଦିନ ପୁର୍ବରୁ ବାଇକ ବିକ୍ରି କରିଦେଇଥିବା ପୁଲିସକୁ କହିଛନ୍ତି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)


