ଶିକ୍ଷାବିତଙ୍କ ବିୟୋଗରେ ଭକ୍ତିପୃତ ଶ୍ରଦ୍ଧାଞ୍ଜଳି ସଭା,ସ୍କରଣିକା ଉନ୍ମୋଚନ ଏବଂ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରୀ — ବରୀ ବ୍ଲକ ତଥା ବିଂଝାରପୁର ଥାନା ଅନ୍ତର୍ଗତ ଅଙ୍ଗାଳୋ ପଞ୍ଚାୟତର ବିଶିଷ୍ଟ ସମାଜସେବୀ ଏବଂ ଆଧ୍ୟାତ୍ମିକ ବ୍ୟାକ୍ତି ତଥା ପୃର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତ ବ୍ରଜକିଶୋର ସାମଲଙ୍କ ବିୟୋଗରେ ଆଜି ତାଙ୍କ ବାସଭବନ ସମ୍ମୁଖରେ ଏକ ସ୍କୁତିସଭା, ସ୍କରଣିକା ଉନ୍ମୋଚନ ଏବଂ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ ପ୍ରବୋଧ କୁମାର ସାମଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦ। ସମ୍ମାନିତ ଅତିଥି ଭାବେ ବ୍ରହ୍ମାନନ୍ଦ ସାମଲ, ରବି ପ୍ରସାଦ ସାମଲ, ଶିକ୍ଷାବିତ ଗଜେନ୍ଦ୍ର ଧଳ। ଅତିଥି ମାନେ ପ୍ରକାଶ କରିଥିଲେ ଯେ ସ୍ବର୍ଗତ ବ୍ରଜକିଶୋର ସାମଲ ଏକାଧାରରେ ଜଣେ କବି ଗାଳ୍ପିକ ସମାଜସେବୀ ଏବଂ ଆଧ୍ୟାତ୍ମିକ ବ୍ୟାକ୍ତି ତଥା ପରୋପକାରୀ ଭାବେ ଖ୍ୟାତ ଥିଲେ।ସେ ଅଙ୍ଗାଳୋ ସ୍ଥିତ ଲଛମନ ବାଲାଜୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିଚାଳନା କମିଟି ରେ ସଭାପତି ଏବଂ ବାଲାଜୀ ପାଠାଗାର ସହିତ ଓତୋପ୍ରୋତ ଭାବରେ ଜଡ଼ିତ ଥିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରାବସ ସାମଲ, ଅଧ୍ୟାପକ ଆଲୋକ କୁମାର ସାମଲ, ଅଧ୍ୟାପକ ମଣ୍ଟୁ ବଳବନ୍ତ ରାୟ, ଆଡଭୋକେଟ୍ ଅମ୍ବିକା ପ୍ରସାଦ ସାମଲ, ସବୁଜ ଓଡିଶାର ସଂପାଦକ ସରୋଜ କୁମାର ସାହୁ,ଅଟଳ ବିହାରୀ ନାୟକ, ଗୁଣନିଧି ଦାଶ, ଡକ୍ତର ଦେବପ୍ରସାଦ ସାମଲ, ପ୍ରାଧ୍ୟାପକ ଜୟରାମ ରଥ,ଡକ୍ତର ପ୍ରମୋଦ କୁମାର ରାୟ, ପୁତ୍ର ପୁଷ୍ପକାନ୍ତ ସାମଲ, ରତିକାନ୍ତ ସାମଲ,ବୈରୋଚନ ବେଉରିଆ, ପ୍ରମୁଖ ଯୋଗଦେଇ ଥିଲେ।ପୁରିର ପିପିଲି ରୁ ଆସିଥିବା ପ୍ରବଚକ ମାନସ ପ୍ରଧାନ ଓ ସାଥିମାନଙ୍କ ଦ୍ବାରା ଏକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।




