ତାଳଚେର ଜଗନ୍ନାଥ ମନ୍ଦିରରେ ଅଷ୍ଟପ୍ର୍ରହରୀ ନାମଯଜ୍ଞ
ତାଳଚେର, ୧୬/୦୩ ତାଳଚେର ଟାଉନ ଚିରୋସ୍ରତା ବ୍ରାହ୍ମଣୀ ନଦୀକୂଳରେ ଅବସ୍ଥିତ ଜଗତରନାଥ ଜଗନ୍ନାଥ ମହାବାହୁଙ୍କ ମନ୍ଦିର ପ୍ରାଙ୍ଗଣରେ ଅଷ୍ଟପ୍ରହରୀ ନାମଯଜ୍ଞ ମହାଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ସମ୍ମୁଖ ଦେଇ ବୋହି ଯାଇଥିବା ବ୍ରାହ୍ମଣୀ ନଦୀରୁ ଶତାଧିକ ମହିଳା ଓ ପୁରୁଷମାନେ କଳସରେ ଜଳ ଆଣି ପୂଜାମଣ୍ଡପ ଠାରେ ପଂହଚି କଳସ ସ୍ଥାପନ କରିବା ପରେ ପୂଜାର୍ଚ୍ଚନା ପ୍ରାରମ୍ଭ କରାଯାଇଥିଲା । ସୁସଜ୍ଜିତ କରାଯାଇ ପ୍ରଭୂ ଶ୍ରୀ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟ ‘ଭଜନିତାଇ ଗୌର ରାଧେଶ୍ୟାମ ଜପ ହରେ କୃଷ୍ଣ ହରେ .ରାମ’ ଭଜନ ଗାନ କରାଯିବା ମନ୍ଦିର ଚର୍ତୁପାଶ୍ୱର୍ରେଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହି ଉତ୍ସବ କର୍ମକ୍ଳାନ୍ତ ଶରୀରର ଲାଘବ ପାଇଁ ମଣିଷ ଅବସର ଲୋଡ଼ା ଦିନକ ପାଇଁ ହେଉ କିମ୍ବା କିଛି ଦିନ ପାଇଁ ହେଉ ସମ୍ପୂର୍ଣ୍ଣ ଜଞ୍ଜାଳକୁ ଭୂଲିଯାଇ ଜୀବନକୁ ସରସ ସୁନ୍ଦରକରି ଉପଭୋଗ କରିବାକୁ ଭକ୍ତମାନେ ଅଷ୍ଟପ୍ରହରୀରେ ନିଜକୁ ହଜାଇ ଦେଇଥାନ୍ତି । ଉତ୍ସବରେ ଝାଞ୍ଜ, ମୃଦଙ୍ଗ, ଖୋଳତାଳ, ଶଙ୍କ, ହୁଳହୁଳି, ଧୂପ, ଦୀପ, ନୈବେଦ୍ୟ ବାସ ଓ ସଂର୍କୀର୍ତନରେ ଚର୍ତୁପାଶ୍ୱର୍ ଏକ ମନମୋହିତ ଆନନ୍ଦ ଦେଉଥିଲା । ଅନ୍ୟ ଅଂଚଳରୁ ମହିଳା ଓ ପୁରୁଷ ସଂକୀର୍ତନ ମଣ୍ଡଳୀ ସେମାନଙ୍କର ନିଜ ନିଜର ଶୈଳୀରେ ପ୍ରଭୂଙ୍କ ନାମ ଜପକରି ଅଷ୍ଟପ୍ରହରୀ ନାମଯଜ୍ଞ ଏବଂ ନଗରକୀତୀର୍କ, ଠାକୁରଙ୍କୁ ସହରପରିକ୍ରମା କରିବା ପରେ ମନ୍ଦିର ପ୍ରାଙ୍ଗଣରେ ପଂହଚିଥିଲେ । ୩ଦିନ ବ୍ୟାପି ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ମନ୍ଦିରର ଭକ୍ତଗଣ ଉପସ୍ଥିତ ରହି ଧାର୍ମିକ କାର୍ଯ୍ୟକୁ ଆଗେଇ ନେବା ସହ ପ୍ରସାଦ ସେବନ ଆୟୋଜନ ମଧ୍ୟ କରାଯାଇଥିଲା ।

June 1, 2026/
No Comments


