ପୁରୀ: ଆଜି ଚୈତ୍ର ମାସ ଦ୍ୱିତୀୟ ମଙ୍ଗଳବାର । କାକଟପୁରବାସିନୀ ମାଆ ମଙ୍ଗଳାଙ୍କ ଦ୍ୱିତୀୟ ପାଳି ଯାତ୍ରା । ଆଜି ମାଆ ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମାଆଙ୍କୁ ଦର୍ଶନ କରିବା ପାଇଁ ବହୁ ସଂଖ୍ୟାରେ ଭକ୍ତମାନେ ଆସି ମାଆଙ୍କୁ ଦର୍ଶନ କରୁଛନ୍ତି ।ସକାଳୁ ଭକ୍ତମାନେ ବ୍ୟାରିକେଡ୍ ମାଧ୍ୟମରେ ମାଆଙ୍କୁ ଦର୍ଶନ କରୁଛନ୍ତି ।
ମାନସିକଧାରୀ ମହିଳାମାନେ ଗାଁ ଦାଣ୍ଡସହ ମନ୍ଦିର ପରିସରରେରେ ପଂଠେଇ ପୂଜା କରିଛନ୍ତି । ମଧ୍ୟାହ୍ନରେ ମାଆଙ୍କ ପାଟୁଆ ସେବକ ମାନେ ପ୍ରାଚୀ ନଦୀରୁ ପାଣି ଆଣି ମାଆଙ୍କ ଆଜ୍ଞାମାଳ ପାଇବା ପରେ ମାନସିକ ଧାରୀ ପାଟୁଆ ମାନେ ମନ୍ଦିର ପରିସରରେ ନୃତ୍ୟ କରିବେ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)


