ଗୋଠଛଡା ଦନ୍ତାହାତୀର ଉତ୍ପାତ୍ କବାଟ ଘରକବାଟ ଭାଙ୍ଗି ଖାଇଗଲା ଧାନ।
କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତରେ ଗୋଠଛଡ଼ା ଦନ୍ତାହାତୀର ଉତ୍ପାତ୍ ଘର କବାଟଭାଙ୍ଗି ଖାଇଗଲା ଧାନ।ଗତ ଏକ ସପ୍ତାହରୁ ଅଧିକ ହେବ ଚମ୍ପୁଆ ଆଖପାଖ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ଗୋଠଛଡା ହାତୀ ଗତରାତି ଚମ୍ପୁଆ ରେଞ୍ଜ ଅଞ୍ଚରେ ବ୍ୟାପକ କ୍ଷୟକ୍ଷତି କରିଥିବା ନେଇ ସୂଚନା। ତେବେ ଗତ ରାତି ଚମ୍ପୁଆ ରେଞ୍ଜ ଛାଡ଼ି ବୈତରଣୀ ନଦୀ ପାରି ହୋଇ ଚମ୍ପୁଆ ସୀମାନ୍ତ କେଶରୀ ଗ୍ରାମରେପଶି ଗ୍ରାମରେ ଲୋକଙ୍କ ଉପସ୍ଥିତିରେ ହାତୀଟି ଜଣକ ଘରର କବାଟ ଭାଙ୍ଗି ଘରେ ରଖାଯାଇ ଥିବା ଧାନ ଚାଉଳ ଖାଇ ଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି।
ସେପଟେ ହାତୀ ଆସିବା ଜାଣି ଘର ଲୋକେ ଘରୁ ବାହାରି ଯିବାରୁ ହାତୀ କବଳରୁ ବର୍ତ୍ତୀ ଯାଇଥିଲେ। ବହୁସମୟ ଧରି ସେହି ଘର ଭିତରେ ଉତ୍ପାତ କରିଥିଲା ଏହି ଗୋଠଛଡ଼ା ଦନ୍ତା । ଗତ ଏକ ସପ୍ତାହରୁ ଅଧିକ ହେବ ଏହି ହାତୀଟି ଏହି ଅଞ୍ଚଳ ଛାଡି ଯିବାର ନାଁ ଧରୁ ନାହିଁ। ହାତୀଟି ଦିନବେଳା ନିକଟସ୍ଥ ଜଙ୍ଗଲ ରେ ରହି ରାତି ହେବା ମାତ୍ରେ ଗାଁ ଭିତରକୁ ପଶିଆସୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ବନ ବିଭାଗ ହାତୀର ଗତିବିଧି ଉପରେ ନଜର ରଖିପାରୁ ନାହିଁ। ଏବେ ବିଲ ବାଡ଼ିରେ ଖାଇବା ପାଉନଥିବା ଯୋଗୁଁ ହାତୀ ଗାଁ ଭିତରକୁ ପଶି ଆସୁଥିବାରୁ ଲୋକଙ୍କ ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କରୁଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



