ବିଭିନ୍ନ ସମସ୍ୟା ସମ୍ପର୍କରେ ତାଳଚେର ନୂତନ ଉପଜିଲ୍ଲାାଳ ଙ୍କ ସହ ଆଲେଚନା କଲେ ପୂର୍ବତନ ସାଂସଦ ମହେଶ ସାହୁ
ତାଳଚେର ୧୯/୩ ତାଳଚେର ରେ ଦେଖା ଦେଇଥିବା ବିଭିନ୍ନ ମୌଳିକ ସମସ୍ୟା ସହିତ ଜମିହରା ପ୍ରଜାଙ୍କ ନିଯୁକ୍ତି ଥଇଥାନ କୁ ସୂବ୍ୟବସ୍ଥିତ କରାଇବା ପାଇଁ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ତାଳଚେର ର ନୂତନ ଉପଜିଲ୍ଲାାଳଙ୍କୁ ପ୍ରସ୍ତାବ ଦେଇଥିବା ଜଣା ପଡ଼ିଛି। ଗତ ୧୮ତାରିଖ ବୁଧବାର ଦିନ ତାଳଚେର ରେ ନୂତନ ଉପଜିଲ୍ଲାପାଳ ଭାବେ ଗୌରବମୟ ପ୍ରଧାନ ଯୋଗ ଦେବା ପରେ ଆଜି ଢେ଼ଙ୍କାନାଳ ଅନୁଗୁଳ ର ଲୋକପ୍ରିୟ ନେତା ତଥା ପୂର୍ବତନ ସାଂସଦ ମହେଶ ସାହୁ ନୂତନ ଭାବେ ଯୋଗ ଦେଇଥିବା ଶ୍ରୀ ପ୍ରଧାନ ଙ୍କୁ ଉପଜିଲ୍ଲାାଳ ଙ୍କ କାର୍ଯ୍ୟଳୟ ରେ ଭେଟି ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଏହି ଦାବୀ ପତ୍ରରେ ତାଳଚେର ପୌର ପରିଷଦ ର ପରିମଳ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯିବା, ତାଳଚେର ଏକ ଖଣି ଖାଦାନ ବହୁଳ ଅଞ୍ଚଳ ହୋଇଥିବାରୁ ଏଠାରେ ଜମି ହରାପ୍ରଜା ଙ୍କ ସମସ୍ୟା ଅଧିକ ତେଣୁ ଏହି ସମସ୍ୟାକୁ ନିର୍ଦିଷ୍ଟ ସମୟ ମଧ୍ୟରେ ସମାଧାନ କରାଯିବା, ଏବଂ ସଂପୃକ୍ତ ଶିଳ୍ପ ଓ ଖଣି ରେ ଜମି ହରା ବେକାର ଯୁବକ ଯୁବତୀ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଥଇଥାନ କରାଯିବାର ବ୍ୟବସ୍ଥାକରାଯିବା,ସମସ୍ତ ସରକାରୀ କାର୍ଯ୍ୟାଳୟ ର ଗୁଡ଼ିକ ସଦାସର୍ବଦା ସ୍ୱଚ୍ଛତା ରଖିବାକୁ ବ୍ୟବସ୍ଥା କରାଯିବା, ଓ ତାଳଚେର ରେ ପରିବହନ କରୁଥିବା କୋଇଲା ଓ ଅନ୍ୟାନ୍ୟ କଞ୍ଚାମାଲ ଚାଲାଣ ସରକାରୀ ନିୟମ ଅନୁଯାୟୀ ପରିବହନ କରାଯିବାକୁ ଶ୍ରୀ ସାହୁ ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ଙ୍କୁ ଭେଟି ଅବଗତ କରାଇଥିଲେ। ତେବେ ତାଳଚେର ର ଏହି ସମସ୍ୟା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।।



