ସାମ୍ବାଦିକଙ୍କ ମାତୃ ବିୟୋଗ
ତାଳଚେର, ୨୧/୦୩ ତାଳଚେର ପୌରପରିଷଦ ଅନ୍ତର୍ଗତ ୫ନମ୍ବର ୱାର୍ଡ଼ର ସାମ୍ବାଦିକ ସିରାଜ ଖାନଙ୍କ ମାତା ମେହରୁମ ବିବି (୭୦)ଙ୍କ ଆଜି ଦେହାନ୍ତ ହୋଇଯାଇଛି । ତାଙ୍କର ବାର୍ଦ୍ଧକ୍ୟଜନିତ ମୃତ୍ୟୁ ଘଟିଥିବା ପରିବାର ସୁତ୍ରରୁ ଜଣାପଡ଼ିଛି । ସେ ଜଣେ ମିଷ୍ଠଭାଷୀ, ପରୋପକାରୀ, ମେଳାପୀ ଓ ସହୃଦୟବ୍ୟକ୍ତି ଥିଲେ ଏବଂ ମୃତ୍ୟୁ ବେଳକୁ ସ୍ୱାମୀ, ଦୁଇପୁଅ, ଦୁଇ ବୋହୂ, ନାତିନାତୁଣୀମାନେ ଉପସ୍ଥିତ ଥିଲେ । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଅଂଚଳରେ ଏକ ଶୋକରବାତାବରଣ ଖେଳିଯାଇଥିଲା । ତାଙ୍କର ଶେଷଦର୍ଶନ କରିବାକୁ ବହୁମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ଶେଷଦର୍ଶନ କରିଥିଲେ । ପରିବାର ପକ୍ଷରୁ ତାଙ୍କର ଶବସତ୍କାର କରିବାକୁ ତାଳଚେର ମଣ୍ଡାପାଳ ସ୍ଥିତ କୋବ୍ରିସ୍ଥାନ କୁ ନିଆଯାଇ ଅନ୍ତିମକ୍ରିୟା ସମ୍ପର୍ଣ୍ଣ କରାଯାଇଥିଲା ।

April 19, 2026/
No Comments


