
ଢେଙ୍କାନାଳ – ଆଜି ତା:୨୩/୦୩/୨୦୨୬ ରିଖ ସୋମବାର ଦିନ ଆମ୍ବେଦକର ସେବା ସଂଗଠନ ଢେଙ୍କାନାଳର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାଏକଙ୍କ ଆହ୍ୱାନ କ୍ରମେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣଧାରଣା ଅନୁଷ୍ଠିତ ହୋଇଯାଇଛ। ଜିଲ୍ଲାର ୮ଟି ବ୍ଳକର୍ କାର୍ଯ୍ୟକର୍ତ୍ତା ଓ ବିଭିନ୍ନ ସାମାଜିକ ସଂଗଠନର ଅଧିକାରୀ ମାନେ ଯୋଗଦାନ କରିଥିଲେ। ଢେଙ୍କାନାଳ ଜିଲ୍ଲାରେ ବିଭନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ଦଣ୍ଡନାଚରେ ଜାତିବାଦ ଓ ଅଶ୍ଳୀଳତା ବିରୋଧରେ ଏସ.ଓ.ପି.ଜାରି କରିବା ଓ ସମସ୍ତ ଉପଜିଲ୍ଲାପାଳ, ବ୍ଳକ ଅଧିକାରୀ, ତହସିଲଦାର,ପୌରାଧିକାରୀ, ବିଜ୍ଞାପିତ ଅଂଚଳ ପରିଷଦ ଅଧିକାରୀ,ଜିଲ୍ଲା ସଂସ୍କୃତି ଅଧିକାରୀ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଆନୁକୂଲ୍ୟରେ କମିଟି ଗଠନ କରି ଦଣ୍ଡନାଚରେ ଅନୁମତି ବାଧ୍ୟତାମୂଳକ କରାଯାଉ, ଦଣ୍ଡନାଚରେ ଅନୁସୂଚିତ ଜାତି ଜନଜାତି ନିର୍ଯ୍ୟାତନା ନିବାରଣ ଆଇନ୍ ଓ ସମ୍ବିଧାନ ବିରୋଧୀ ପ୍ରଦର୍ଶନକୁ ବନ୍ଦ୍ କରିବାପାଇଁ ଦାବୀପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଦଣ୍ଡନାଚରେ ମୁଖ୍ୟତଃ ହାଡି-ହାଡିଆଣୀ ଅଭିନୟକୁ କଦର୍ଯ୍ୟ ଓ ଅସଭ୍ୟ ଭାବରେ ମଦୁଆ, ମାତାଲ୍,ଗାଈ ମାଂସ ଖାଇବା,ଗନ୍ଧ ହେବା, ସ୍ଵାମୀ -ସ୍ତ୍ରୀ ମଧ୍ୟରେ ଝଗଡ଼ା କରିବା,ପ୍ରଶ୍ମ-ଉତ୍ତର ମାଧ୍ୟମରେ ସ୍ଵାମୀ-ସ୍ତ୍ରୀ ପରିଚିତ ହେବା,ଗାଁ ସାଆନ୍ତ ତାକୁ ବଳପୂର୍ବକ ଗାଁ ରାସ୍ତା ଝାଡୁକରିବା ଆଦି କଦର୍ଯ୍ୟ ଓ କଦର୍ଥ ଭାବରେ ପରିବେଶଣକୁ ବନ୍ଦ୍ କରିବାପାଇଁ ଆଲୋଚନା କରିଥିଲେ। ସେହିପରି ଶବର-ଶବରୁଣୀ, ଚଢ଼େଇଆ -ଚଢେୟାଣୀ,କେଳା-କେଳୁଣୀ, କନ୍ଧ -କନ୍ଧୁଣୀ,ଯୋଗୀ-ଯୋଗୀଆଣୀ ଆଦି ୧୩ଟି ଜାତିର ଲୋକଙ୍କ ଚରିତ୍ରକୁ କଦର୍ଯ୍ୟ କରି ପ୍ରଦର୍ଶନ କରାଯାଉଛି। ଏଗୁଡ଼ାକ ତୁରନ୍ତ ବନ୍ଦ୍ କରିବାକୁ ବିଭିନ୍ନ ସାମାଜିକ ସଂଗଠନର କର୍ମୀ ଦାବୀ କରିଥିଲେ।ଏହି ପରିପ୍ରେକ୍ଷିରେ ୧୪ କୋଷ ହାଡ଼ି ସମାଜର ସଭାପତି ୱ।ଲି ଗୋଛୟତ, ସଂପାଦକ ଆକୁଳ ଗୋଛୟତ,ନୀଳମାଧବ ଶବର ସଂଘର ବନମାଳୀ ଦାସ, ଗୌତମ ବେହେରା ପ୍ରମୁଖ ଭୂମିକା ନେଇଥିଲେ। ସଂଗଠନର କାର୍ଯ୍ୟକର୍ତ୍ତା ପଦ୍ମଚରଣ ନାଏକ, ଗୌତମ ପାତ୍ର,ଭୀକାରି ନାଏକ, ଲମ୍ବୋଦର ନାଏକ,ଅକ୍ଷୟ ମଲ୍ଲିକ,ସୁରେଶ ନାଏକ,ବାଇଧର ନାଏକ, ସୁଜାତା ନାହାକ,ସୀମା ନାଏକ, ସଞ୍ଜୟ ନାଏକ, ଆଇନ୍ ଜୀବୀ ପଦ୍ମିନୀ ନାଏକ, ପ୍ରଦ୍ୟୁମ୍ନ ନାଏକ, ସାମାଜିକ କର୍ମୀ ସରୋଜ କୁମାର ଶତପଥୀ,ରାଜୀବ୍ କର, ଅବଦୁଲ ୱ।ଲୀ, ପ୍ରମୁଖ ଯୋଗଦାନ କରିଥିଲେ। ଦଣ୍ଡନାଚରେ ଜିତିଆଣ ଆକ୍ଷେପ ଓ ଅଶ୍ଳୀଳତା ବନ୍ଦ୍ ନ କଲେ ଭୟଙ୍କର ସଂଘର୍ଷ ହେବ ବୋଲି ଚେତାବନୀ ଦିଆଯାଇଛି।ପରିଶେଷରେ ସଂଗଠନର ସଂପାଦିକ ଚିତ୍ରସେନ ନାଏକ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାକାର୍ଯ୍ୟ ସମାପ୍ତ କରିଥିଲେ।



