ମୁଖ୍ୟମନ୍ତ୍ରୀ ୩୨୦ କୋଟିର ୧୨୪ଟି ଜଳପ୍ରକଳ୍ପର ଉଦ୍ଘାଟନ କରି ୨୬୧୨ କୋଟିର ପ୍ରକଳ୍ପ ଆରମ୍ଭ କଲେ
ଭୁବନେଶ୍ୱର: ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ-୨୦୨୬ ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ଜଳପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ସମୁଦାୟ ୨୬୧୨ କୋଟିରେ ୧୭ଟି ପ୍ରକଳ୍ପର ଶିଳାନ୍ୟାସ (୨୨୯୨ କୋଟି) ସହ ପ୍ରାୟ ୩୨୦ କୋଟିର ୧୨୪ଫା ପ୍ରକଳ୍ପର ଉଦ୍ଘାଟନ ହୋଇଛି ।
ଜଳ ଦିବସ ସମାରୋହ
ଜଳ ସଂରକ୍ଷଣରେ ଆହ୍ୱାନ
ଜଳର ଏକ ବୁନ୍ଦା ମଧ୍ୟ ଦୁର୍ମୂଲ୍ୟ ବୋଲି କହି ମୁଖ୍ୟମନ୍ତ୍ରୀ ଜଳ ଅପଚୟ ରୋକିବାରେ ସମସ୍ତଙ୍କୁ ଶପଥ ନେବାକୁ କହିଛନ୍ତି। ପିଲାମାନଙ୍କୁ ସ୍କୁଲରୁ ଜଳ ସଂରକ୍ଷଣର ଶିକ୍ଷା ଦେବା ଓ ବର୍ଷାଜଳ ସଞ୍ଚୟରେ ଗୁରୁତ୍ୱ ଦେବାକୁ ଜୋର ଦେଇଛନ୍ତି। ପ୍ରତ୍ୟେକ ଘରେ ଏହି ବାର୍ତ୍ତା ପହଞ୍ଚାଇବାରେ ସମସ୍ତଙ୍କୁ ଅଗ୍ରଣୀ ହେବାକୁ କହିଛନ୍ତି �।
ପ୍ରଧାନମନ୍ତ୍ରୀ ଯୋଜନା ଓ ଲିଙ୍ଗ ସମାନତା
ପ୍ରଧାନମନ୍ତ୍ରୀଙ୍କ ଜଳଜୀବନ ମିଶନ୍କୁ ବୈପ୍ଲବିକ ଯୋଜନା କହି ପ୍ରତିଘରେ ପାଇପ୍ ଯୋଗେ ବିଶୁଦ୍ଧ ପାଣି ଯୋଗାଇବାରେ ସଂକଳ୍ପ ନେବାକୁ କହିଛନ୍ତି। ଜଳଶକ୍ତି ଅଭିଯାନ ଓ ‘କ୍ୟାଚ୍ ଧ୍େ ରେନ୍’ ମାଧ୍ୟମରେ ମହିଳାମାନଙ୍କୁ ଜଳ ପରୀଚାଳନାରେ ପ୍ରଶିକ୍ଷଣ ଦେବା ହେଉଛି। ଏହା ଦ୍ୱାରା ଜଳ ସେବାରେ କାହାକୁ ପଛରେ ରଖାଯିବ ନାହିଁ ।
ଓଡ଼ିଶାର ଜଳନୀତି ଓ ଲକ୍ଷ୍ୟ
ଗରିବମାନଙ୍କ ପାଖରେ ବିଶୁଦ୍ଧ ଜଳ ପହଞ୍ଚାଇବା ଅନ୍ତ୍ୟୋଦୟ ନୀତିର ଅଂଶ ବୋଲି କହି ମିଶନ୍ ପାୱାର୍ ମାଧ୍ୟମରେ ଅପହଞ୍ଚ ଗାଁରେ ଜଳ ଯୋଗାଇବା ହେଉଛି। ୨୦୩୬ରେ ସେଚନ ସାନ୍ଦ୍ରତା ୨୨୦% ଓ ୨୦୪୭ରେ ୨୫୦% କରିବା ଲକ୍ଷ୍ୟ। କେନାଲ୍ ଲାଇନିଂ, ଲୋୟର୍ ସୁକତାଇଲ୍ ପ୍ରକଳ୍ପ ପ୍ରମୁଖ ସଫଳତାରେ ୨.୨୦ ଲକ୍ଷ ହେକ୍ଟର୍ ଜମିରେ ଅତିରିକ୍ତ ସେଚନ ହୋଇଛି ।
ଅନ୍ୟାନ୍ୟ କାର୍ଯ୍ୟକ୍ରମ
ରାଜୀବ ଭବନରେ ‘କଳିକା’ ଶିଶୁଯତ୍ନ କେନ୍ଦ୍ର, AI ଚାଟବଟ୍ ‘ବିନ୍ଦୁ’ ଓ ‘ସୁଜଳା’ ବୁକ୍ ଉନ୍ମୋଚନ କରିଛନ୍ତି। କେନ୍ଦ୍ରୀୟ ଜଳଆୟୋଗଙ୍କ ସହ ଏମୋୟୁ ସ୍ୱାକ୍ଷରିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରସ୍ତାବରେ ନିମ୍ନସ୍ତରୀୟ ବ୍ରିଜରେ ଗେଟ୍ ଲଗାଇ ଜଳସଂରକ୍ଷଣର ନିର୍ଦ୍ଦେଶ ଦେଇଛନ୍ତି।



