ଅନୁଗୁଳ (ବିଜୟ କୁମାର ସ୍ଵାଇଁ) – ସାତକୋଶିଆ ଗଣ୍ଡରେ ଗତ ତା ୨୨/୦୩ ରିଖ ବିଶ୍ଵ ବନ ଦିବସ ପାଳନ ଅବସରରେ ସାତକୋଶିଆ ଗଣ୍ଡରେ ଅନ୍ୟ ଏକ ଘଡ଼ିଆଳ ପ୍ରାୟ ଚଉଦ ଗୋଟି ଅଣ୍ଡା ଵଳଦମରା ଘାଟରେ ଦେଇଥିବା ବନ ବିଭାଗ ସୂତ୍ରରୁ ଜଣାପଡିଛି। ପ୍ରକାଶ ତାଙ୍କରି ୨୦୨୧ ମସିହାରେ ଚାଳିଶ ବର୍ଷର ବ୍ୟବଧାନରେ ପ୍ରଥମେ ଏକ ମାଈ ଘଡ଼ିଆଳର ପ୍ରାକୃତିକ ପରିବେଶରେ ଵଳଦମରା ଘାଟରେ ୨୮ ଟି ଅଣ୍ଡା ନେଇ ଏକ ନୂତନ ଯୁଗର ଆରମ୍ଭ ହୋଇଥିଲା। ଏ ଘଟଣା ସେ ସମୟରେ ବିଶ୍ଵ ପରିବେଶ ମହଲରେ ଆନନ୍ଦ ପ୍ରକାଶ ସହ ସବୁ ମହଲରେ ସ୍ଵାଗତ କରାଗଲା। ଵଳଦମରା ଘାଟରେ କ୍ରମାଗତ ପ୍ରତି ବର୍ଷ ଏହି ଅଣ୍ଡା ଦାନ ପ୍ରକ୍ରିୟା ଚଳିତ ବର୍ଷ ଆଉ ହେଲା ନାହିଁ। କିନ୍ତୁ ଗତ ପାଞ୍ଚ ବର୍ଷ ର ଅଣ୍ଡା ଦାନ ସମୟରେ ସେମାନଙ୍କ ଛୁଆମାନଙ୍କୁ ଅନେକ ସମୟରେ ଅନ୍ୟ ଏକ ମାଈ ଘଡ଼ିଆଳ ଜଗା ରଖା କରିବା ଘଟଣା ବନ ବିଭାଗର ନଜରକୁ ଆସିବା ପରେ ତାକୁ ମାଉସୀ ର ଆଖ୍ୟା ଦିଆଯାଇଥିଲା। ବିଶ୍ଵ ପରିବେଶ ଦିବସ ରେ ଉକ୍ତ ମାଉସୀ ମା କୁମ୍ଭୀର ଅଣ୍ଡାଦେବା ଘଟଣା ଏବେ ଚର୍ଚ୍ଚା ବିଷୟ ପାଲଟିଛି। ଘଟଣା ରେ ସାତକୋଶିଆ ଅଧିକାରୀ ଗଦାଧର ପାତ୍ର ବେଶ ଆଶାବାଦୀ ହୋଇଥିଲା ବେଳେ ବନ ବିଭାଗର ସଠିକ୍ ପଦକ୍ଷେପ ପାଇଁ ଏହା ସମ୍ଭବ ହୋଇଥିବା ପ୍ରକାଶ କରିଛନ୍ତି। ଲାଜକୁଳୀ ଘଡ଼ିଆଳ ଉତ୍ତମ ପରିବେଶ ରେ ଅଣ୍ଡା ଦିଅନ୍ତି । ଏଥିପାଇଁ ଗଣ୍ଡରେ ନିରୋଳା ପରିବେଶ ହଁ ସଫଳତାର କାରଣ। ଅଣ୍ଡା ଦାନ କରିଥିବା ମାଈ ଘଡ଼ିଆଳ ର ଲାଞ୍ଜ ରେ ପୁର୍ବରୁ ଯୁବା ଖଣ୍ଡିଆ ଚିହ୍ନ ହିଁ ତାକୁ ମାଉସୀ ବୋଲି ଚିହ୍ନଟ କରିଛି। ସାତକୋଶିଆ ରେ ଏବେ ଘଡ଼ିଆଳ ବଂଶ ର ପୁନରୁଦ୍ଧାର ପ୍ରକ୍ରିୟାରେ ଏକ ନୁଆ ଇତିହାସ ରଚିଵ ଘଟଣା ରୁ ସ୍ପଷ୍ଟ ହୋଇଛି।

April 19, 2026/
No Comments


