ବଳରାମ ପ୍ରସାଦ ରେ ଅଗ୍ନିରୁପା ମା ହିଙ୍ଗୁଳାଙ୍କ ଜନ୍ତାଳ ପୂଜା ଅନୁଷ୍ଠିତ

ଅନୁଗୋଳ: ବଳରାମ ପ୍ରସାଦ ରେ ଅଗ୍ନିରୁପା ମା ହିଙ୍ଗୁଳାଙ୍କ ପୀଠରେ ୨୩ତାରିଖ ସୋମବାର ଦିନ ଜନ୍ତାଳ ପୂଜା ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ଦିଅଁ ଘର ଠାରୁ ଆଲମ ଆସିଲା,ପରେ ପରେ ବିରାଟ ପଟୁଆର କରି ପତିଆର ଙ୍କୁ ଅଣାଯାଇ ମା କୁଟେଇଶୁଣି ପୀଠରେ ପୂଜାଚର୍ନା କରାଗଲା।ଏହି ଜନ୍ତାଳ ପୂଜାରେ ବହୁ ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଥିଲା ।

ଚଳିତ ବର୍ଷ ମନ୍ଦିର ର ପଶ୍ଚିମ ପାର୍ଶ୍ଵରେ ମାଆଙ୍କ ଉଭସ୍ଥଳି ଚିହ୍ନଟ ହୋଇଛି। ଆସନ୍ତା ମାର୍ଚ୍ଚ ୩୧ ରେ ମା ହିଙ୍ଗୁଳାଙ୍କ ଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ ବୋଲି ଗ୍ରାମ୍ୟ ଉନ୍ନୟନ କମିଟି ତରଫରୁ ସୂଚନା ଦିଆଯାଇଛି। ଏପ୍ରିଲ ୧ ତାରିଖ ଠାରୁ ୪ ତାରିଖ ପର୍ଯ୍ୟନ୍ତ ମନ୍ଦିର କମିଟି ତରଫରୁ ଅପେରା ଅଶୋକ ସମ୍ରାଟ ଫ୍ରି ସେଲ ହେଉଥିବାବେଳେ ୮ ତାରିଖ ଶିତୁଳା ପର୍ବ ଉପଲକ୍ଷେ ବାଦଦଣ୍ଡ ଅନୁଷ୍ଠିତ ହେବ,ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋଟିଏ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଶାନ୍ତି ଶୃଙ୍ଖଳାର ସହ ମାଆଙ୍କ ଯାତ୍ରାରେ ସହଯୋଗ ପାଇଁ ଅଞ୍ଚଳର ଯୁବଗୋଷ୍ଠି ଙ୍କୁ ମନ୍ଦିର କମିଟି ପକ୍ଷରୁ ଆହ୍ବାନ କରାଯାଇଛି।




