ଉପଖଣ୍ଡ ଆରକ୍ଷୀଅଧିକ୍ଷକଙ୍କ ନେତୃତ୍ଵରେ ଯୋଡ଼ା ପୌରାଞ୍ଚଳରେ ପ୍ରଶାସନ ପକ୍ଷରୁ ଫ୍ଲାଗ୍ମାର୍ଚ୍ଚ।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ାଥାନା ଅନ୍ତର୍ଗତରେ ଆଞ୍ଚଳିକ ପ୍ରଶାସନ ପକ୍ଷରୁ ଫ୍ଲାଗ୍ମାର୍ଚ୍ଚ। କେନ୍ଦୁଝର ଜିଲ୍ଲା ଯୋଡ଼ାଥାନା ତଥା ଯୋଡ଼ା ପୌରାଞ୍ଚଳରେ ଯୋଡ଼ା ପୋଲିସ୍ ର ଫ୍ଲାଗ୍ ମାର୍ଚ୍ଚ । ଆଗାମୀ ରାମ ନବମୀକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବାକୁ ତଥା ଜନସାଧାରଣଙ୍କ ମନରେ ପୋଲିସ ଏବଂ ପ୍ରଶାସନ ପ୍ରତି ବିଶ୍ୱାସ ଜନ୍ମାଇବା ପାଇଁ ଆଜି ଯୋଡ଼ା ସହରରେ ପୋଲିସ ତରଫରୁ ଫ୍ଲାଗ୍ ମାର୍ଚ୍ଚ ଅନୁଷ୍ଠିତ ହୋଇଛି । ବଡ଼ବିଲ୍ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଙ୍ଗୁଆଙ୍କ ନେତୃତ୍ଵରେ ମାଜିଷ୍ଟ୍ରେଟ ତଥା ବଡ଼ବିଲ ତହସିଲଦାର ରାକେଶ କୁମାର ପଣ୍ଡାଙ୍କ ଉପସ୍ଥିତିରେ ଯୋଡ଼ା ଥାନା ଅଧିକାରୀ ପ୍ରଶାନ୍ତ ସାମଲ ଙ୍କ ତତ୍ତ୍ଵାବଧାନରେ ଏହି ଫ୍ଲାଗ୍ ମାର୍ଚ୍ଚ ଯୋଡ଼ା ସେଣ୍ଟ୍ରାଲ୍ ଖେଳ ପଡ଼ିଆରୁ ଆରମ୍ଭ ହୋଇ ଯୋଡ଼ା ବସଷ୍ଟାଣ୍ଡ ପରେ ଧରଣୀଧର ଛକ ଓ ପରେ ଚାରିନମ୍ବର ୱାର୍ଡ଼ର ହନୁମାନ ମନ୍ଦିର ଓ ୱାର୍ଡର ବିଭିନ୍ନ ବସ୍ତି ଅଞ୍ଚଳରେ ପରିକ୍ରମା କରିଥିଲା । ଏହାପରେ ଏହି ଫ୍ଲାଗ୍ ମାର୍ଚ୍ଚ ଲକ୍ଷ୍ମୀପଡ଼ିଆ ଦେଇ ପୁଣି ଯୋଡ଼ା ବସଷ୍ଟାଣ୍ଡ ଯାଇ, ଶେଷରେ ଯୋଡ଼ା ଥାନା ନିକଟରେ ଶେଷ ହୋଇଥିଲା । ଗତ ୨୦୨୨ ମସିହାରେ କିଛି ଅସାମାଜିକ ବ୍ୟକ୍ତିବିଶେଷ ମାନଙ୍କ ପାଇଁ ଏଠାରେ ରାମ ନବମୀ ଅବସରରେ ସାମ୍ପ୍ରଦାୟିକ ଦଙ୍ଗା ଉପୁଜିଥିବା ବେଳେ, ସେଭଳି କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଓ ତାହାକୁ ଦୃଷ୍ଟିରେ ରଖି, ଆଗାମୀ ରାମ ନବମୀ କିପରି ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହେବ, ସେଥିପାଇଁ ଆଞ୍ଚଳିକ ପ୍ରଶାସନ ପକ୍ଷରୁ ଯୋଡ଼ା ପୌରାଞ୍ଚଳରେ ଫ୍ଲାଗ୍ ମାର୍ଚ୍ଚ କରାଯାଇଥିବା ନେଇ ସୂଚନା ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



