ଭୁବନେଶ୍ବର: ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ।ଏହି ୩ଦିନ ଭିତରେ ସେ ଭୁବନେଶ୍ବର, ପୁରୀ, ଗୋପାଳପୁରରେ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆଜି ସନ୍ଧ୍ୟାରେ ଭୁବନେଶ୍ବର ପହଞ୍ଚିବେ।ଏବଂ ୧୨୦ ବାଟାଲିଅନ୍ରେ ରାତ୍ରିଯାପନ କରିବେ। ୨୮ରେ ସେ ପୁରୀ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବା କାର୍ଯ୍ୟ କ୍ରମ ରହିଛି।
ଏହାପରେ ସେ ଗୋପାଳପୁରସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜ ଗସ୍ତ କରି ସେଠାରେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ ବୁଲି ଦେଖିବା ସହିତ ପ୍ରଶିକ୍ଷଣ କାର୍ଯ୍ୟ ତଦାରଖ କରିବେ। ୨୯ରେ ସେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)

