ଏପ୍ରିଲ ୫ ରେ ୩୭ ତମ ବାର୍ଷିକ ତେର ଶମ୍ଭୁ ମିଳନ ସମାରୋହ : ୧ରୁ ଆମିଷ ବିକ୍ରି ଓ ସେବନ ବନ୍ଦ
ବାଲିଗୁଡା, ତା, ୩୦/୦୩:(ସୁଶୀଳ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ଆସୁଛି, ୧୩ ଦିନିଆ ଦଣ୍ଡଯାତ୍ରା, ଏହି ପରିପ୍ରେକ୍ଷୀରେ ଚଳିତ ମାସ ୧ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ମା’କାଳୀଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଅଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡ଼ା ସହରରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୭ ତମ ବାର୍ଷିକ ତେର ଶମ୍ଭୁ ମିଳନ ସମାରୋହ ଏପ୍ରିଲ ୫ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ । ଏ ନେଇ ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟ ରେ ପହଞ୍ଚିସାରିଛି l ଏପ୍ରିଲ ୧ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ସହରରେ ଅଣ୍ଡା, ମାଛ, ମାଂସ, ଶୁଖୁଆ ପ୍ରଭୃତି ଆମିଷ ଦ୍ରବ୍ୟ ବିକ୍ରି ଓ ସେବନ ବନ୍ଦ କରି ଆମକୁ ସହଯୋଗ କରିବା ସହିତ ମା’ କାଳୀଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ସମିତି ତରଫରୁ ଅନୁରୋଧ କରାଯାଇଛି । ତେର ଦଣ୍ଡ ମିଳନର କାର୍ଯ୍ୟସୂଚୀ ପ୍ରକାରେ ୫ ତାରିଖ ରବିବାର ସକାଳ ୮ଘଣ୍ଟା ସମୟରେ ମା’ ପାଟ୍ଟଖଣ୍ଡା ମନ୍ଦିରରେ ୧୩ ଦଣ୍ଡ ଥଳର ବରଣ କରାଯିବ l ଦିବା ଘ.୧୧.୩୦ମି.ସମୟରେ ମେଇନ୍ରୋଡ଼ ରେ ଧୂଳିଦଣ୍ଡ ଅନୁଷ୍ଠିତ ହେବ l ଅପରାହ୍ନ ଘ.୦୪.୩୦ ମି.ସମୟରେ ବନ୍ଧପାଖରେ ପାଣିଦଣ୍ଡ ର ଆୟୋଜନ କରାଯିବ l ସନ୍ଧ୍ୟା ୦୫ ଘଟିକା ସମୟରେ ଟାଉନର ବଜାର ଛକ ନିକଟରେ ଅଞ୍ଚଳର ସବୁଠାରୁ ଆକର୍ଷଣୀୟ ୧୩ ଦଣ୍ଡର ମହାମିଳନ ଖୁବ ଯାକ ଜକମକରେ ଆୟୋଜନ କରାଯିବ l ରାତ୍ର ୮ ଘଣ୍ଟ ଠାରୁ ୧୨ ଘଣ୍ଟ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରାତ୍ର ୧୧ ଘଣ୍ଟ ସମୟରେ ଝୁଣାଦଣ୍ଡ ର ଏକ ବିରାଟ ପଟୁଆର ହେବା ସହ ୬ ତାରିଖ ସକାଳ ୦୮ଘଣ୍ଟ ସମୟରେ ଯାତ୍ରା ସମାପ୍ତ ହେବ ଏଣୁ ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟା ରେ ଯୋଗ ଦେବାପାଇଁ ସମିତି ତରଫରୁ ଅନୁରୋଧ କରାଯାଇଛି l
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-6-scaled.jpg)


