ରୁଗୁଢ଼ିଥାନା ଅନ୍ତର୍ଗତରେ ନାବାଳକଙ୍କ ଗଳିତ ମୃତଦେହ ଉଦ୍ଧାର ହତ୍ୟା ସନ୍ଦେହ।
କେନ୍ଦୁଝର ଜିଲ୍ଲାରେ JSW କମ୍ପାନୀ ଖଣିଲିଜ୍ ପରିସର ମଧ୍ୟରେ ନାବାଳକର ଗଳିତ ମୃତଦେହ ଉଦ୍ଧାର। କେନ୍ଦୁଝର ଜିଲ୍ଲା ରୁଗୁଡ଼ିଥାନା ଅନ୍ତର୍ଗତ ବରପଦା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଏକ ନାବାଳକର ଗଳିତ ମୃତଦେହ ଉଦ୍ଧାର ହେବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ନାବାଳକ ଜଣକ ବରପଦା ଗ୍ରାମର ବୋଲି ଚିହ୍ନଟ ହୋଇଥିବା ନେଇ ସୂଚନା।JSW କମ୍ପାନୀ ନୂଆଗାଁ.ଲୌହ ଖଣି ଲିଜ୍ ପରିସର ମଧ୍ୟରେ ଥିବା ଜଙ୍ଗଲରେ କିଛି ସ୍ଥାନୀୟ ଲୋକ ଏକ ଗଳିତ ମୃତଦେହ ପଡ଼ିଥିବା ଦେଖି ତୁରନ୍ତ ରୁଗୁଡ଼ି ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ରୁଗୁଡ଼ି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ନେଇ ସୂଚନା।
ମୃତଦେହ ଉଦ୍ଧାର ପରେ ଘଟଣା ସ୍ଥଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣାକୁ ନେଇ ବିଭିନ୍ନ ମହଲରେ ନାନା କଳ୍ପନାଜଳ୍ପନା ଚାଲିଥିବାବେଳେ ରୁଗୁଡ଼ି ଥାନା ଅଧିକାରୀ ଗ୍ରାମବାସୀଙ୍କ ସହ ଆଲୋଚନା କରି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ , ତେବେ ମୃତଦେହ ଅତ୍ୟଧିକ ଗଳିତ ଅବସ୍ଥାରେ ଥିବାରୁ ପ୍ରାଥମିକ ତଦନ୍ତରୁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରି ନଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ସାଇଣ୍ଟିଫିକ୍ ଟିମ୍ର ତଦନ୍ତ ରିପୋର୍ଟ ଆସିବା ପରେ ହିଁ ଏହା ସ୍ପଷ୍ଟ ହେବବୋଲି ସୂଚନା। ତେବେ ପାରିପାର୍ଶିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଦିଗକୁ ନେଇ ରୁଗୁଢ଼ି ପୋଲିସ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-6-scaled.jpg)


