ବାପପୁଅ ମିଶି କରୁଥିଲେ ଲୋକଙ୍କ ଟଙ୍କାର ହରିଲୁଟ୍ ଶେଷରେ ବାନ୍ଧିଲା ପୋଲିସ୍।

କେନ୍ଦୁଝର ଜିଲ୍ଲାରେ ସାମ୍ନାକୁ ଆସିଛି ବାପ ପୁଅର ସଂଗଠିତ ଅପରାଧର ଫିଲ୍ମି ଡ୍ରାମା ।ବାପପୁଅ ଯୋଡ଼ିଥିଲା ସୁପର ହିଟ୍, କିନ୍ତୁ ହେଇପାରିଲାନି ବଲ୍କବଷ୍ଟର୍, ହଁ ଆଜ୍ଞା କଣ ଭାବୁଛନ୍ତି କି କୌଣସି ଫିଲ୍ମ୍ ର କାହାଣୀ ନା ନା ଏ ହଉଛି ବାପପୁଅର ଅପରାଧର କାହାଣୀ। ବଡ଼ବିଲ ଅଞ୍ଚଳରେ ବେଶ୍ ପରିଚିତ ଚେହେରା ବିକ୍ରମ ସିଂହ ଓ ତା ପୁଅ ଜସ୍ପ୍ରିତ୍ ସିଂହ ମିଶି ରଚିଥିଲେ ଷଡ଼ଯନ୍ତ୍ର ଲୋକଙ୍କୁ ଠକିବାକୁ। ପୁଅ ICICI ବ୍ୟାଙ୍କ୍ ରେ ରିଲେସନସିପ ମ୍ୟାନେଜର ଥିବା ସମୟରେ ଲୋକଙ୍କୁ ବ୍ୟାଙ୍କ୍ ସେବା ଯୋଗାଇଦେବାକୁ କହି ସେମାନଙ୍କ ବିଶ୍ୱାସ ଭାଜନ ହେଉଥିଲା।ବାସ ଏହାକୁ ଆଧାର କରି ଆରମ୍ଭ ହୋଇଥିଲା ବାପ ପୁଅର ଖେଳ। ପୁଅ ଲୋକଙ୍କ ଜାଲ ଦସ୍ତଖତ କରିବା ସହ ଲୋକଙ୍କୁ ମିଥ୍ୟା FD ରସିଦ୍ ପ୍ରଦାନ୍ କରିବା ସହ ଲୋକଙ୍କ ବିନା ଅନୁମତିରେ ମୋବାଇଲ୍ ନମ୍ବର୍ ପରିବର୍ତ୍ତନ କରି ଲୋକଙ୍କ ଖାତାକୁ ପରିଚାଳନା କରିବା ଏବଂ ମ୍ୟୁଲ୍ ଆକାଉଣ୍ଟ ମାଧ୍ୟମରେ ଟଙ୍କା ସ୍ଥାନାନ୍ତର କରିବା ଇତ୍ୟାଦି ବିଷୟରେ ତଦନ୍ତ ବେଳେ ପୋଲିସ୍ ଜାଣିବାକୁ ପାଇଥିବା ନେଇ ସୂଚନା। ଗତ ୧୪/୩/୨୬ ରେ ଅନିତା ଅଗ୍ରୱାଲଙ୍କ ଲିଖିତ ଅଭିଯୋଗ ପରେ ପୋଲିସ୍ ଏ ସମ୍ପର୍କରେ ଖୋଳତାଡ଼ ଆରମ୍ଭ କରିଥିବା ବେଳେ ଗତ ୩/୮/୨୬ରେ ଜସପ୍ରିତ ସିଂହ କୁ କଲିକତାରୁ ଗିରଫ କରି ପଚରା ଉଚୁରା ବେଳେ ବାପା ବିକ୍ରମ୍ ସିଂହ ର ସମ୍ପୃକି ଜାଣିବାକୁ ପାଇ ୬/୮/୨୬ରେ ତାକୁ ବଡ଼ବିଲ ପୌରାଞ୍ଚଳ ୱାର୍ଡ଼ ନମ୍ବର୍ ୧୨ସ୍ଥିତ ବାସଭବନକୁ ଯାଇ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏଥିରେ ଆଉ କିଏ ସବୁ ଏହି ସଂଗଠିତ ଅପରାଧ କରିବାରେ ଏମାନଙ୍କ ସହଯୋଗୀ ସମ୍ପୃକ୍ତ ଅଛନ୍ତି ସେ ବିଷୟରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



