ଭୁବନେଶ୍ଵର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) – ୨.୦ କାର୍ଯ୍ୟାଦେଶ ସମାରୋହରେ ଯୋଗଦେଇ ପକ୍କା ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ସହରାଞ୍ଚଳର ବହୁ ଯୋଗ୍ୟ ହିତାଧିକାରୀ ସେମାନଙ୍କ ସ୍ୱପ୍ନର ପକ୍କା ଘର ନିର୍ମାଣ କରିପାରିବେ ବୋଲି ଶ୍ରୀ ସିଂହଦେଓ କହିଛନ୍ତି।
ଏଥିସହ ବିଭିନ୍ନ କଂକ୍ରିଟ ରାସ୍ତା ଓ ନାଳ ନିର୍ମାଣର ଶୁଭରମ୍ଭ କରିଛନ୍ତି। ଘରୋଇ ବସ୍ ଷ୍ଟାଣ୍ଡରୁ ମାରୱାଡି ଧର୍ମଶାଳା ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଡ୍ରେନ୍ ମରାମତି ଏବଂ ଆବରଣ ପାଇଁ ଆଧାର ଶିଳା ରଖିଛନ୍ତି। ସେ ମଧ୍ୟ ମେନାର ବନ୍ଧର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ନିମିତ୍ତ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)