
ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ଅନୁଗୋଳ ଜିଲ୍ଲା ଗସ୍ତ ।

ଅନୁଗୋଳ,ତା.୩୧.୦୩:- ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ ଗସ୍ତରେ ଆସି ଆଠମଲ୍ଲିକ ଅଞ୍ଚଳର ବିକାଶ ପାଇଁ ପୂର୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ, ପାନୀୟ ଜଳ ଓ ସ୍ବାସ୍ଥ୍ୟ ବିଭାଗ ଅଧୀନରେ ଥିବା ପ୍ରାୟ ୨୦୪ କୋଟି ୩୨ ଲକ୍ଷ ଟଙ୍କାର ବିଭିନ୍ନ ଜନହିତକର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଥିଲେ । ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ୧୮୩ କୋଟି ୮୫ ଲକ୍ଷ ଟଙ୍କାର ୬୨ ଗୋଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିବାବେଳେ ୨୦ କୋଟି ୪୭ ଲକ୍ଷ ଟଙ୍କାର ୨୯ ଗୋଟି ପ୍ରକଳ୍ପକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଊତ୍ସର୍ଗ କରିଛନ୍ତି ।

ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଜିଲ୍ଲାର କୃଷି ଭିତ୍ତିଭୂମିକୁ ଊନ୍ନତ କରିବା ଦିଗରେ କାର୍ଯ୍ୟ କରିବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ । ଗସ୍ତ ସମୟରେ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା ଅବସରରେ ମା’ ହିଙ୍ଗୁଳାଙ୍କ ଦର୍ଶନ କରିବା ସହ ସ୍ବଛ ଭାରତ ଅଭିଯାନରେ ସାମିଲ ହୋଇ ସ୍ବଛତା ସେବା କରିଥିଲେ । ଏହି ଅବସରରେ ସେ ଶ୍ରଦ୍ଧାଳୁମାନଙ୍କୁ ଅନ୍ନ ପ୍ରସାଦ ବିତରଣ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ସମୟରେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଊପସ୍ଥିତ ଥିଲେ ।




