କେନାଢ଼ିପା ରେ ଆୟୋଜିତ ହେବ ମେଗା ସ୍ୱାସ୍ଥ୍ୟ ଶିବିର।
ଜମନକିରା ବ୍ଲକ୍ ଅନ୍ତର୍ଗତ କେନାଢ଼ିପା ପଞ୍ଚାୟତ ରେ ଆସନ୍ତା ତା ୦୫/୦୪/୨୦୨୬ ରବିବାର ଦିନ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବାକୁ ଯାଉଛି। ସକାଳ ୯ ଟା ରୁ ଏହି ପଞ୍ଚାୟତ ଅଫିସ୍ ରେ ଶିବିର ଆରମ୍ଭ ହୋଇଯିବ। ମେଡିସିନ ବିଶେଷଜ୍ଞ (କିଡନୀ, ମଧୁମେହ/ସୁଗର୍, ବ୍ଲୁଡପ୍ରେଶର), ମସ୍ତିଷ୍କ ଓ ସ୍ନାୟୁ ରୋଗ ବିଶେଷଜ୍ଞ, ଏବଂ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ମାନେ ଆସିବେ। ସାଇ ସଞ୍ଜିବନୀ ହେଲ୍ଟ କେୟାର, ବୁର୍ଲା ଦ୍ୱାରା ଏହା ଆୟୋଜିତ ହେବ। ଗ୍ରାମାଞ୍ଚଳରେ ବସବାସ କରୁଥିବା ଜଣ ସାଧାରଣ ମାନଙ୍କ ପାଖରେ ଉନ୍ନତ ମାନର ସ୍ୱାସ୍ଥ୍ୟ ସୁବିଧା ପହଞ୍ଚାଇବା ହେଉଛି ଏହାର ଲକ୍ଷ୍ୟ। ଏହି ଶିବିରରେ ଏହି ରୋଗ ଗୁଡିକର ପରୀକ୍ଷା ମାଗଣା ରେ କରାଯିବା ସହିତ ଔଷଧ ମଧ୍ୟ ମାଗଣାରେ ପ୍ରଦାନ କରାଯିବ ବୋଲି ଆୟୋଜକ ତରଫରୁ କୁହାଯାଇଛି। ଏହା ଦ୍ୱାରା ଅନେକ ଗରିବ ଶ୍ରେଣୀର ଲୋକ ମାନେ ଉପକୃତ ହୋଇପାରିବେ।



