(ଜଗତସିଂହପୁର ସହରାଞ୍ଚଳ ରେ ଧପ ଧପ ଲାଇଟ ରେ ଚାଲିଛି ଉଜ୍ବଳ ଆଲୋକ ବ୍ୟବସ୍ଥା )

ଜଗତସିଂହପୁର
ତା=4/4/26
ଜଗତସିଂହପୁର ପୌର ପରିଷଦ ଜନ ସାଧାରଣଙ୍କୁ ସ୍ୱଚ୍ଛ ପାନୀୟ ଜଳ, ଉଜ୍ବଳ ଆଲୋକ, ଚକାଚକ ରାସ୍ତା, ସ୍ୱଚ୍ଛ ପରିବେଶ ଯୋଗାଇଦେବା ପାଇଁ ମୋଟା ଆକାରରେ ଟିକସ ଆଦାୟ କରୁଛି | ହେଲେ ବିଡମ୍ବନା ର ବିଷୟ ଜନସାଧାରଣ ଙ୍କ ଟିକସ ଟଙ୍କା ସଠିକ ରୂପାୟନ ହୋଇପାରୁନାହିଁ | ସହରାଞ୍ଚଳ ଜନସାଧାରଣ ଙ୍କୁ ଜଗତସିଂହପୁର ପୌର ପରିଷଦ ଦିବା ଲୋକ ରେ ଭୁଆଁ ବୁଲାଇ ଲଣ୍ଠନ ଦେଖାଉଛି | ଜଗତସିଂହପୁର କଲେଜ ଛକ ଠାରୁ ହାଟବଜ଼ାର ପର୍ଯ୍ୟନ୍ତ ରାସ୍ତାରେ ଦୈନଦିନ ହଜାର ହଜାର ଲୋକ ଜଗତସିଂହପୁର ବ୍ଲକ, ତହସିଲ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଅବକାରୀ ବିଭାଗ, ସୋମନାଥ ହାଟ କୁ ବିଭିନ୍ନ କାର୍ଯ୍ୟ ରେ ଯାତାୟତ କରନ୍ତି | ହେଲେ ବିଡମ୍ବନା ର ବିଷୟ ସହରାଞ୍ଚଳ ଆଲୋକୀକରଣ ନିମନ୍ତେ ଲକ୍ଷ୍ୟ ଲକ୍ଷ୍ୟଟଙ୍କା ଜଗତସିଂହପୁର ପୌର ପରିଷଦ ବିନିଯୋଗ କରିଥିଲେ ମଧ୍ୟ୍ୟ ତାହା ଫସର ଫାଟିଛି |ଏହି ରାସ୍ତା ପାର୍ଶ୍ଵ ରେ ଲାଗିଥିବା ଉଜ୍ବଳ ଆଲୋକ ଯାତ୍ରାପାଟିର ଜିକ ଯାକ ଲାଇଟି ପରି ବର୍ଷ ବର୍ଷ ଧରି ଧକ ଧକ ହେଉଛି |ଏଥିନେଇ ଜନସାଧାରଣ ଯାତାୟତ ରେ ଘୋର ଅସୁବିଧା ର ସମ୍ମୁଖୀନ୍ନ ହେଉଛନ୍ତି |ଅଧିକାଂଶ ସ୍ଥାନ ଅନ୍ଧାର ରହୁଥିବା ରୁ ଚୋରି ରାହାଜାନି ବୃଦ୍ଧି ପାଉଛି | ବର୍ଷ ବର୍ଷ ଧରି ଉଜ୍ବଳ ଆଲୋକୀକରଣ ବ୍ୟବସ୍ଥା ସମ୍ପୂର୍ଣ ଠପ ହୋଇଥିଲେ ମଧ୍ୟ୍ୟ ଜଗତସିଂହପୁର ପୌର ପରିଷଦଗଣ ଏବଂ ବିରୋଧ ଦଳ ଚୁପ କାହିଁକି ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




