ଅବକାରୀ ବିଭାଗ ପକ୍ଷରୁ ହେରୋଇନ୍ ଜବତ ୧ ଗିରଫ
ତାଳଚେର, ୦୭/୦୪ ତାଳଚେର ଅବକାରୀ ବିଭଗ ପକ୍ଷରୁ ବହ୍ଲରଛକ ଠାରେ ଆତର୍କି ଚଢ଼ାଉ କରାଯାଇ ଜଣେ ବ୍ୟବସାୟୀ ଠାରୁ ୬୫ଗ୍ରାମ ହେରୋଇନ୍ ଜବତ କରାଯାଇଥିବା ବେଳେ ଜଣକୁ ଗିରଫକରି କୋର୍ଟ ଚାଲାଣ କରାଯାଇଛି । ଅବକାରୀ ନିରିକ୍ଷକ ଉମାକାନ୍ତ ସ୍ୱାଇଁଙ୍କ ନେତୃତ୍ୱରେ ଏକ ବିଶେଷ ସୂତ୍ରରୁ ଖବର ପାଇଁ ତାଳଚେର ଟାଉନ ଥାନା ଅନ୍ତର୍ଗତ ବହ୍ଲର ଛକ ଠାରେ ଏକ ବାଜାଜ ଫ୍ରିଡ଼ମ ଓଡ଼ି ୧୯ଏଏ- ୧୫୧୬ ମୋଟର ସାଇକେଲରେ ଆସୁଥିବା ବେଳେ ତାକୁ ଧରାଯାଇ ଯାଂଚ କରିବାରୁ ଗାଡ଼ିରୁ ୬୫ଗ୍ରାମ ହେରୋଇନ୍ ଜବତ କରାଯାଇଥିଲା । ସେଠାରୁ କୋଲିୟରୀ ଥାନା ଅନ୍ତର୍ଗତ ଘଂଟପଡ଼ା ଗ୍ରାମର ଅକିନ ଦାସ (୩୨)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜବତ ହିରୋଇନ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ଜଣାପଡ଼ିଛି । ଏହି ଚଢ଼ାଉରେ ଏସଆଇ ମାନସ ରଞ୍ଜନ ପ୍ରଧାନ, ସରୋଜ ସାହୁ, ପୁପୁନା ପ୍ରଧାନ, ଗୌରୀ ଓରାମ ପ୍ରମୁଖ ସାମିଲ ଥିଲେ ।



