ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ
ସେବାରେ ଅଭାବ ମାନବସମ୍ବଳ ଓ ଭିତିଭୂମି
ତାଳଚେର, ୦୭/୦୪ ସ୍ୱାସ୍ଥ୍ୟବିଭାଗର ଆବଶ୍ୟକ ଭିତିଭୂମି ଅଭାବ ଓ ସେବାରେ ଅଭାବ ମାନବସମ୍ବଳ ଯୋଗୁଁ ରୋଗୀ ଉପଯୁକ୍ତ ସେବା ପାଇବାରୁ ବଂଚିତ ହେଉଛନ୍ତି । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆରମ୍ଭ କରି ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପର୍ଯ୍ୟନ୍ତ ସବୁଠି ମାନବ ସମ୍ବଳ ଅଭାବ ରହିଥିବା ପରିଲକ୍ଷିତ ହେଉଛି । କେବଳ ଡ଼ାକ୍ତର ନୁହଁନ୍ତି ସ୍ୱାସ୍ଥ୍ୟସେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ନର୍ସିଂ, ଫାର୍ମାସିଷ୍ଟ, କିରାଣୀ, ଆଟେଡ଼ାଂଟ୍, ଆମ୍ବୁଲାନ୍ସ ଚାଳକ, ଟେକନିସିଆନ୍, ସୁଇପର, ସିକ୍ୟୁରିଟ ପ୍ରଭୃତିରେ ଚିକିତ୍ସାଳୟ ଗୁଡ଼ିକରେ ଘୋର ବ୍ୟତୀକ୍ରମ ଦେଖା ଦେଉଛି । ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ସଭାସମିତି, ହୋଡ଼ିଙ୍ଗ ନିର୍ମାଣ କରାଯାଇ ପ୍ରଚାର ପ୍ରସାର କରାଯାଉଥିବା ବେଳେ ଏହି ଅସୁବିଧା କାରଣରୁ ରୋଗୀମାନେ ବାଧ୍ୟହୋଇ ଅଧିକ ଖର୍ଚ୍ଚାନ୍ତରେ ଘରୋଇ ଚିକିତ୍ସାଳୟକୁ ଦୌଡ଼ି ଯାଉଛନ୍ତି । ତେବେ ଏଠାରେ ପ୍ରଶ୍ନଉଠେ, ସରକାର କାହିଁକି ହେଲଥ କାର୍ଡ଼ ଲୋକଙ୍କୁ ଯୋଗାଇ ଦେୁଥିବା ବେଳେ ଏହି ସରକାରୀ ଚିକିତ୍ସାଳକୁ ଦୃଷ୍ଟି େଦେଉନାହାନ୍ତି ଏହା ଏକ ଦୁର୍ଭାଗ୍ୟ ଜନକ ବୋଲି ବୁଦ୍ଧତଜିବୀ ମହଲରେ ମତପାଉଛି । ତାଳଚେର ଭଳି ଏକ ଶିଳ୍ପାଚଂଳରେ ଟଙ୍କାର ଅଭାବ ନଥିବା ବେଳେ ବହୁ ପୂରାତନ ମଣ୍ଡାପାଳ ସରକାରୀ ଡ଼ାକ୍ତରଖାନା, ଗୋଡ଼ିବନ୍ଧ ସ୍ୱାସ୍ଥ୍ୟକେନ୍ଦ୍ର, କଳମଛୁଇଁ ସ୍ୱାସ୍ଥ୍ୟକେନ୍ଦ୍ର, କଙ୍କିଳି ସ୍ୱାସ୍ଥ୍ୟକେନ୍ଦ୍ର, ଧରମପୁର ଇତ୍ୟାଦି ଗୁଡ଼ିକରେ କେଇଁଠାରେ ଡ଼ାକ୍ତରଥିବା ବେଳେ ଫାର୍ମାସିଷ୍ଟ ନଥିବା ଓ କେଉଁଠାରେ ଫାର୍ମାସିଷ୍ଟ ଥିବା ବେଳେ ଡ଼ାକ୍ତରନଥିବା ପରିସ୍ଥିତି ଉପୁଜିଥାଏ । ବହୁ ପୂରାତନ ମଣ୍ଡାପାଳ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଅଂଚଳବାସୀ ସମତେ ଏହାର ଆଖାପାଖ ଅଂଚଳରୁ ଦୈନିକ ଶହଶହ ରୋଗୀ ଚିକିତ୍ସା ହେବାକୁ ଆସିଥାନ୍ତି, ମାତ୍ର ଡ଼ାକ୍ତର ଅଭାବ ଓ ଉପସ୍ଥିତ ଥିବା ଡ଼ାକ୍ତରଙ୍କ ଚରମ ଅବହେଳା ଯୋଗୁଁ ରୋଗୀମାନେ ତାଙ୍କର ସମ୍ପତି ବିକ୍ରିକରି ବିଭିନ୍ନ ଘରୋଇ ଚିକିତ୍ସାଳକୁ ନିର୍ଭର କରିଥାନ୍ତି ବୋଲି ଅଭିଯୋଗ ହେଉଛି । ତେବେ ସରକାର ଘରୋଇ ଚିକିତ୍ସାଳୟକୁ ପ୍ରତ୍ସାହନ ଯୋଗାଇ ଦେଉଥିବା ବେଳେ ସରକାରୀ ଚିକିତ୍ସାଳୟ ଗୁଡ଼ିକୁ ତୁରନ୍ତ ସମସ୍ତ ସୁବିଧା ଯୋଗାଇ ଦେବାନେଇ ସାଧାରଣରେ ଦାବି ହେଉଛି ।

April 7, 2026/
No Comments


