ଦିତୀୟ ମହିମା ବହି ମେଳା ଏପ୍ରିଲ ୧୦ରୁ
ଚଳିତ ଏପ୍ରିଲ ୧୦ତାରିଖରୁ ୧୮ତାରିଖ ପର୍ଯ୍ୟନ୍ତ ଦିତୀୟ ମହିମା ବହିମେଳା ସ୍ଥାନୀୟ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହେବ।ଏଥି ପାଇଁ ନିୟୁ ଇଣ୍ଡିଆ ପକ୍ଷରୁ ଦଧିବାମନ ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ନିର୍ମଳା ମହାପାତ୍ରଙ୍କ ସଭା ପତିତ୍ୱରେ ଅନୁଷ୍ଠିତ ସଭା ରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ। ବହି ମେଳା ର ବିଭିନ୍ନ ସଂନ୍ଧ୍ୟାରେ ସାରସ୍ଵତ ସଭା , କବିତା ପାଠ, ବୌଦ୍ଧିକ ଚର୍ଚ୍ଚା, ସାଂସ୍କୃତିକ କାର୍ଯ୍ୟକ୍ରମ, ଜଣା ଅଜଣା ପ୍ରତିଯୋଗିତା ଆଦି ଅନୁଷ୍ଠିତ ହେବ ବୋଲି ବୈଠକ ରେ ନିଷ୍ପତି ନିଆଯାଇଛି। ବହୁ ନାମୀ ଦାମୀ ପ୍ରକାଶକ ଓ ବହି ବିକ୍ରେତା,ଓ ପ୍ରକାଶନୀ ସଂସ୍ଥା ଯୋଗ ଦେବାକୁ ସ୍ଵୀକୃତି ପ୍ରଦାନ କରିଛନ୍ତି। ତେଣୁ ଢେଙ୍କାନାଳ ବାସୀ,ମହାବିଦ୍ୟାଳୟ ବିଦ୍ୟାଳୟ ଛାତ୍ର ଛାତ୍ରୀ, ଅଭିଭାବକ, ଲେଖକ, ଅଧ୍ୟାପକ ଓ ବହି ପ୍ରେମୀ ଯୋଗ ଦେଇ ମନ ପସନ୍ଦ ର ବହି କିଣି ବହି ମେଳା କୁ ସଫଳ କରିବା ପାଇଁ ବୈଠକ ରେ ନିବେଦନ କରାଯାଇଛି। କଳା ଓ ସଂସ୍କୃତି ସଂଘ ଉପସଭାପତି ଅବନୀ ମିଶ୍ର କାର୍ଯ୍ୟକ୍ରମ ର ରୂପରେଖ ଉପରେ ଆଲୋକ ପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପରେଶ ଚନ୍ଦ୍ର ପଟ୍ଟନାୟକ, ଶତୃଘ୍ନ ମାଟି, ରମା ସିଂ, ପୁରୁଷୋତ୍ତମ ନନ୍ଦ, ରାଧାନାଥ ରଥ, କମଳ ନନ୍ଦ, ସ୍ନିଗ୍ଧା ନନ୍ଦ, ବସନ୍ତ ପଟ୍ଟନାୟକ, ହୃଦାନନ୍ଦ ଦ୍ବିବେଦୀ, ବିବେକା ନନ୍ଦ ଷଡ଼ଙ୍ଗୀ, ଡ ସମୀର ସାହୁ, ଦେବୀ ପ୍ରସାଦ ମିଶ୍ର, ପଦ୍ମ ଭୂଷଣ ସାହୁ, ମାନସ ମିଶ୍ର, ବୀଣାପାଣି ମିଶ୍ର, ସୌମ୍ୟାଶ୍ରୀ ମିଶ୍ର, ସୌମ୍ୟବ୍ରତ୍ତ ସାହୁ, ବନଜା ମାନସିଂହ, ପ୍ରମୁଖ ଯୋଗ ଦେଇଥିଲେ, ନିୟୁ ଇଣ୍ଡିଆ ର ସଂପାଦକ ଶେଷଦେବ ରାଉତ ବହି ମେଳା ର ଆଭିମୁଖ୍ୟ ସମ୍ପର୍କରେ ଆଲୋକ ପାତ କରିଥିଲେ। ଅଥୟ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।



