ରାସ୍ତା ପାଲଟିଛି ମରଣଯନ୍ତା, ହଇରାଣ ହେଉଛନ୍ତି ଛାତ୍ରଛାତ୍ରୀ

ଭଟଲି(ଅଭିମନ୍ୟୁ ପଧାନ );- ଭଟଲି ବ୍ଳକ୍ କେଶାଇପାଲି ପଞ୍ଚାୟତ ଅନ୍ତର୍ଗତ ତରାଜୁଙ୍ଗାଠାରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ବେଳେ ସ୍କୁଲ ଯାଉଥିବା ଛାତ୍ରଛାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଭିଯୋଗ ଅନୁସାରେ କେଶାଇପାଲି ସମେତ ଆଖପାଖ ଅଞ୍ଚଳରୁ ପ୍ରତ୍ୟହ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ତରାଜୁଙ୍ଗା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଓ ଭଟଲି ସରସ୍ବତୀ ଶିଶୁ ମନ୍ଦିର ତଥା କଲେଜକୁ ଆସିଥାନ୍ତି | କିନ୍ତୁ ସେମାନେ ଯିବାଆସିବା କରୁଥିବା ରାସ୍ତା ଏବେ ମରଣଯନ୍ତା ପାଲଟିଛି । ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ତିନି ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କେଶାଇପାଲିରୁ ରାଜ୍ୟ ରାଜପଥ ପର୍ଯ୍ୟନ୍ତ ରାସ୍ତା ମରାମତି ଓ ରକ୍ଷଣାବେକ୍ଷଣ କାମ ପାଇ ସୂଚନାଫଳକ ଲଗାଯାଇଛି। କିନ୍ତୁ କାମ ଆରମ୍ଭ କରାଯାଇଛି ତରାଜୁଙ୍ଗା ଓଡିଶା ଆଦର୍ଶ ବିଦ୍ୟାଳୟ ସାମନା ରାଜ୍ୟ ରାଜପଥରୁ ନେଇ କେଶାଇପାଲି ପଟକୁ ଯାଇଥିବା ଗ୍ରାମ୍ୟ ସଡ଼କରେ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ପୁଣି ତାହା ବି ନିମ୍ନ ମାନର ହଇଥିବାରୁ ରାସ୍ତା ଫାଟି ଆଁ କଲାଣି। ଉକ୍ତ ରାସ୍ତା ମରାମତି କାମ ଯେଉଁଠି ଶେଷ ହୋଇଛି ସେଠି ପୁଣି ଆରମ୍ଭ ହୋଇଛି ପଞ୍ଚଦଶ କେନ୍ଦ୍ରୀୟ ଅନୁଦାନ ଯୋଜନାର ନୂତନ ରାସ୍ତା ଉନ୍ନତୀକରଣ କାମ l

ଭଟଲି ପଞ୍ଚାୟତ ସମିତି କାର୍ଯ୍ୟ ନିର୍ବାହରେ ଆର୍ଥିକ ବର୍ଷ ରାସ୍ତାର ଉନ୍ନତୀକରଣ ପାଇଁ ପୁଣି ୪ ଲକ୍ଷ ୩୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ଏହି କାର୍ଯ୍ୟର ଦୂରତା ମଧ୍ୟ ପ୍ରାୟ ସମାନା କଂକ୍ରିଟ ରାସ୍ତାରୁ କେଶାଇପାଲି ପର୍ଯ୍ୟନ୍ତ ରାସ୍ତାରେ ଛୋଟ ବଡ଼ ସାମାନ୍ୟ ବର୍ଷାରେ ବି ଉକ୍ତ ଖାଲମାନଙ୍କରେ ପାଣି ଭରି ରହୁଥିବାରୁ ଛାତ୍ରଛାତ୍ରୀ ଓ ଜନସାଧାରଣ ଯାତାୟାତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି |

ରାସ୍ତାଟିର ସମ୍ପୂର୍ଣ୍ଣ ମରାମତି କିମ୍ବା କଂକ୍ରିଟକରଣ କରାନଗଲେ ଆଗାମୀ ଦିନରେ ମରାମତି କରାନଗଲେ ରାସ୍ତା ସଂପୂଣ୍ଣ ବନ୍ଦ ହୋଇଯିବ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ପ୍ରକାଶଥାଉ କି କେଲେଣ୍ଡାପାଲି ପଞ୍ଚାୟତର ୧୧ ଓ କେଶାଇପାଲିର ୨ଟି ଗାଁ’ର ବାସିନ୍ଦା ଏହି ରାସ୍ତାକୁ ବିକଳ୍ପ ଭାବେ ବ୍ୟବହାର କରିଥାନ୍ତି କିମ୍ବା କଂକ୍ତିଟକରଣ ଆବଶ୍ୟକ ପଢୁଛି। ସୂଚନାଯୋଗ୍ୟ ଏହି ରାସ୍ତା ନିର୍ମାଣ ପାଇଁ ଗୋଟିଏ ପ୍ରକଳ୍ପ କେଶାଇପାଲିରୁ ରାଜ୍ୟ ରାଜପଥ ପର୍ଯ୍ୟନ୍ତ ଏବଂ ଅନ୍ୟ ପ୍ରକଳ୍ପଟି ତରାଜୁଙ୍ଗାରୁ କେଶାଇପାଲି ରାସ୍ତା ପାଇଁ ଅର୍ଥ ମଞ୍ଜୁର ହୋଇଥିଲା । କିନ୍ତୁ ଉଭୟ ପର୍ଯ୍ୟାୟ ଏବଂ ଯୋଜନାରେ ସମ୍ପୂଣ୍ଡ କରାଯିବ ଦୁଇଟି ପୃଥକ ଯୋଜନାରେ ରାସ୍ତା ଉନ୍ନତୀକରଣ ପାଇଁ ୭ ଲକ୍ଷ ୩୦ ହଜାର ଟଙ୍କା ଏଯାଏଁ ଖର୍ଚ ହୋଇ ସାରିଲାଣି। ତରାଜୁଙ୍ଗାରୁ କେଶାଇପାଲି ପର୍ଯ୍ୟନ୍ତ ପ୍ରାୟ ୧ କିମି ଏହି ରାସ୍ତାକୁ କେତୋଟି ପର୍ଯ୍ୟାୟ ରେ ସମ୍ପୂର୍ଣ କରାଯିବ ତାହା ଦେଖିବା ବାକି ରହିଲା ବୋଲି ଅଞ୍ଚଳବାସୀ କହୁଛନ୍ତି l




