ଗାଡ଼ିଭିତରେ ଚାପିହୋଇ ରହିଥିଲା ଚାଳକ ଉଦ୍ଧାରକଲା ଅଗ୍ନିଶମ ବିଭାଗ।

ବେପରୁଆ ଢ଼ଙ୍ଗରେ ଓ ଦୃତ ଗତିରେ ଗାଡି ଚାଳନା ଯୋଗୁ ଖଣିଜ କ୍ଷେତ୍ରରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଛି, ସେହିଭଳି ଏକ ଦୁର୍ଘଟଣାରେ ହାଇୱା ଚାଳକ ଗାଡ଼ିରେ ଚାପି ହୋଇ ରହିଥିଲା, ଚାଳକକୁ ଉଦ୍ଧାର କଲେ ବଡ଼ବିଲ ଅଗ୍ନିଶମ ବାହିନୀର କର୍ମଚାରୀ।କେନ୍ଦୁଝର ଜିଲ୍ଲାର ଖଣିଜକ୍ଷେତ୍ର ଯୋଡ଼ା ଖଣିମଣ୍ଡଳ ତଥା ରୁଗୁଢ଼ି ଥାନା ଅନ୍ତର୍ଗତ 520 ନମ୍ବର୍ ଜାତୀୟ ରାଜପଥ ବାରବାଙ୍କ ନିକଟରେ ସକାଳୁ ସକାଳୁ ଘଟିଛି ଏକ ଦୁର୍ଘଟଣା। ବେପରୁଆ ଢ଼ଙ୍ଗରେ ଓ ଦୃତ ଗତିରେ ଗାଡ଼ି ଚାଳନା ଯୋଗୁ ଏପରି ଦୁର୍ଘଟଣା ଘଟିଥିବା ନେଇ ସୂଚନା। ଦୁର୍ଘଟଣାରେ ହାଇୱା ଚାଳକ ଗାଡ଼ି ଭିତରେ ଗୁରୁତର ଅବସ୍ଥାରେ ଚାପିହୋଇ ରହିଥିଲା। ଏନେଇ ସ୍ଥାନୀୟ ଲୋକେ ବଡ଼ବିଲ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବଡ଼ବିଲ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଗାଡ଼ିଧରି ଅବିଳମ୍ବେ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଚାପିହୋଇ ରହିଥିବା ଚାଳକକୁ ଉଦ୍ଧାର କରି ଚିକିତ୍ସା ପାଇଁ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ନେଇ ସୂଚନା। ତେବେ ଦୁର୍ଘଟଣା ସ୍ଥଳରେ ରୁଗୁଢି ପୋଲିସ୍ ପହଞ୍ଚି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



